ନୂଆଦିଲ୍ଲୀ: ଆପ ଛାଡ଼ି ପଦ୍ମ ଧରିଲେ ୮ ବିଧାୟକ। ବିଜେପିରେ ମିଶିଲେ ଆପରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ। ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ଆପରୁ ଇସ୍ତଫା ଦେଇଥିବା ଦିଲ୍ଲୀର ୮ଜଣ ବିଧାୟକ ବିଜେପିରେ ମିଶିଛନ୍ତି। ର୍ଦୁନୀତି ଅଭିଯୋଗ ଆଣି ଗତକାଲି ଆପରୁ ଇସ୍ତଫା ଦେଇଥିଲେ। ସମୟ ଆସିଛି, ଆପ୍ଦାରୁ ଦିଲ୍ଲୀ ମୁକ୍ତ ହେବ ବୋଲି ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶର ବିକାଶ ଦ୍ରୁତ ଗତିରେ ହେଉଛି। କିନ୍ତୁ ରାଜଧାନୀ ଦିଲ୍ଲୀ ଯେଭଳି ବିକାଶ କରିବା କଥା ସେଭଳି କରିନାହିଁ। ଦିଲ୍ଲୀରେ ପ୍ରଗତି ଆଣିବାକୁ ପଡ଼ିବ। ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଆପ୍ଦା ମୁଖା ଖୋଲି ଯାଇଛି। ଯମୁନା ପାଣିକୁ ନେଇ ମିଛ ପରେ ମିଛ କହୁଛି ଆପ୍ଦା। ଏଠି ଘୋଟାଲା ପରେ ଘୋଟାଲା ହୋଇଚାଲିଛି ବୋଲି ପ୍ରଭାରୀ ବୈଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି।



