ଧର୍ମଗଡ଼଼: ପୁଲିସକୁ ଚିହ୍ନି ନ ପାରି ଲିଫ୍ଟ ମାଗି ଜଙ୍ଗଲ ରାସ୍ତାରେ ଫସିଲେ ଲୁଟେରା। ସେମାନଙ୍କ ହାବଭାବକୁ ସନ୍ଦେହ କରି ମାଡ଼ି ବସିଲା ଧର୍ମଗଡ଼଼ ପୁଲିସ। ସେମାନେ ଜଙ୍ଗଲରେ ଲୁଚାଇ ରଖିଥିବା ବିଡ଼ା ବିଡ଼ା ଟଙ୍କା ଓ ମାରଣାସ୍ତ୍ରକୁ ପୁଲିସ ଜବତ କରିଛି। ଧର୍ମଗଡ଼଼ରେ ଏକ ଦେଶୀ ମଦଭାଟି ଲୁଟ ପରେ ଧରାପଡ଼ିଲେ। ଗତ ୩୦ ତାରିଖରେ ଲୁଟ କରି ଜଙ୍ଗଲରେ ଟଙ୍କା ଲୁଚାଇଥିଲେ। ସେମାନେ ଜଙ୍ଗଲରେ ଲୁଚାଇ ରଖିଥିବା ୩କୋଟି ୫୧ ଲକ୍ଷ ଟଙ୍କାକୁ ପୁଲିସ ଜବତ କରିଛି। ଏହି ମାମଲାରେ ଧର୍ମଗଡ଼଼ ପୁଲିସ ୮ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ ସହ ଅଧିକ ତଦନ୍ତ ଜାରି ରଖିଛି। ଧରାପଡ଼ିଥିବା ସମସ୍ତ ଡକାୟତ ଝାଡ଼ଖଣ୍ଡର ବୋଲି ସୂଚନା ମିଳିଛି।



