www.samajalive.in
Friday, December 12, 2025
15.1 C
Bhubaneswar

ସୋନିଆଙ୍କ ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଲା ରାଷ୍ଟ୍ରପତି ଭବନ: ମନ୍ତବ୍ୟ ମର୍ଯ୍ୟାଦାକୁ ଆଘାତ ଦେଇଛି, ଅଗ୍ରହଣୀୟ

ସମାଜ ଡିଜିଟାଲ ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀଙ୍କ ଅରୁଚିକର ମନ୍ତବ୍ୟର ଦୃଢ଼ ପ୍ରତିବାଦ ଜଣାଇଛି ରାଷ୍ଟ୍ରପତି ଭବନ। ସୋନିଆଙ୍କ ମନ୍ତବ୍ୟ ଅଗ୍ରହଣୀୟ। ଏହା ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାକୁ ଆଘାତ ଦେଇଛି ବୋଲି ରାଷ୍ଟ୍ରପତି ଭବନ ତରଫରୁ ଏକ ବିବୃତି ଜାରି କରାଯାଇ କୁହାଯାଇଛି।

ବିବୃତିରେ କୁହାଯାଇଛି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଦିଆଯାଇଥିବା ମନ୍ତବ୍ୟ ଅତ୍ୟନ୍ତ କ୍ଳାନ୍ତକର, ନିମ୍ନ ଶ୍ରେଣୀର, ଅଗ୍ରହଣୀୟ। ସେମାନେ ସ୍ପଷ୍ଟ ଭାବେ ରାଷ୍ଟ୍ରପତିଙ୍କ ମର୍ଯ୍ୟାଦା ହାନି କରିଛନ୍ତି। ବିବୃତିରେ ଆହୁରି କୁହାଯାଇଛି ଯେ, ରାଷ୍ଟ୍ରପତି ଅଭିଭାଷଣ ଦେବା ସମୟରେ କୌଣସି ସମୟରେ ବି କ୍ଳାନ୍ତ ହୋଇନାହାନ୍ତି। ଯେଉଁମାନେ ଏପରି ମନ୍ତବ୍ୟ ଦେଇଛନ୍ତି ସେମାନେ ଭାରତୀୟ ଭାଷା ଯେପରି କି ହିନ୍ଦୀ ଭାଷା ଏବଂ ରୁଢ଼ି ସହିତ ନିଜକୁ ପରିଚିତ କରାଇନାହାନ୍ତି। ତେଣୁ ସେମାନଙ୍କ ମନରେ ଭୁଲ ଧାରଣା ଆସୁଛି। ଯେକୌଣସି ପରିସ୍ଥିତିରେ ବି ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ।

- Advertisement -

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ଅଭିଭାଷଣ ଦେଇଥିଲେ। କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିରକ୍ତିକର କହିବା ସହିତ ତାଙ୍କୁ ‘ବିଚରା ମହିଳା’ ବୋଲି ଗଣମାଧ୍ୟମ ଆଗରେ କହିଥିଲେ। ଏପରି କି ରାଷ୍ଟ୍ରପତି ଅଭିଭାଷଣ ସମୟରେ ଥକି ପଡ଼ିଥିଲେ ବୋଲି ଆକ୍ଷେପ କରିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି। ଶାସକ ଦଳ କଂଗ୍ରେସକୁ ସମାଲୋଚନା କରିବା ସହିତ କ୍ଷମାପ୍ରାର୍ଥନା ଦାବି କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories