www.samajalive.in
Thursday, December 11, 2025
15.1 C
Bhubaneswar

ସିଫା ପକ୍ଷରୁ କୃଷକମେଳା ଓ ପ୍ରଦର୍ଶନୀ, ପୁରୀ ଜିଲାରୁ ଯୋଗଦେଲେ ୪୬୦ରୁ ଊର୍ଦ୍ଧ୍ବ ଚାଷୀ

ପିପିଲି :ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ପକ୍ଷରୁ ମଧୁରଜଳ କୃଷି ଉପରେ ଏକ କୃଷକମେଳା ଏବଂ କୃଷି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, ଖୋର୍ଦ୍ଧା ଏବଂ ପୁରୀ ଜିଲାରୁ ୪୬୦ରୁ ଊର୍ଦ୍ଧ୍ବ ଚାଷୀ ଯୋଗଦେଇଥିଲେ। ଯେଉଁଥିରେ ୮୦ପ୍ରତିଶତ ମହିଳାଚାଷୀ ଥିଲେ।
ସିିଫା ପରିସରରେ ଆୟୋଜିତ ଏହି ମେଳାକୁ ଭୁବନେଶ୍ୱରସ୍ଥିତ ରାମକୃଷ୍ଣ ମିଶନର ସଚିବ ମହାରାଜ ପୂଜ୍ୟସ୍ୱାମୀ ଆତ୍ମପ୍ରଭାନନ୍ଦ ଉଦ୍ଘାଟନ କରିବା ଅବସରରେ ଚାଷୀମାନଙ୍କୁ ବିଭିନ୍ନ ପ୍ରଯୁକ୍ତିବିଦ୍ୟା ହସ୍ତାନ୍ତର ପାଇଁ ସିଫା ଦ୍ୱାରା କରାଯାଇଥିବା ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ।

ସିଫାର ନିର୍ଦ୍ଦେଶକ ଡ଼ଃ ପ୍ରମୋଦ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ଅବସରରେ ବୈଜ୍ଞାନିକ ପଦ୍ଧତିରେ ମାଛଚାଷ ଏବଂ ତାର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ଅନୁସୂଚିତ ଜାତି ସଂପ୍ରଦାୟର ଆର୍ଥିକ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ପ୍ରତିଷ୍ଠାନର ସଫଳତା ଏବଂ ମେଳାର ଉଦ୍ଦେଶ୍ୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁଏମ୍‌‌)ର ନିର୍ଦ୍ଦେଶକ ଡ.ଅର୍ଜ୍ଜମାଦତ୍ତ ଷଡଙ୍ଗୀ, ଓୟୁଏଟିର ସମ୍ପ୍ରସାରଣ ଓ ଶିକ୍ଷା ବିଭାଗର ଡିନ୍ ପ୍ରଫେସର ପ୍ରସନ୍ନଜିତ ମିଶ୍ର ଏବଂ ସୋଆର କୃଷି ସଂପ୍ରସାରଣ ଓ ଯୋଗାଯୋଗ ବିଭାଗ ପ୍ରଫେସର ଡ. ବିଭୁଦ୍ଧ ପରାସର ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଖୋର୍ଦ୍ଧା କୃଷି ବିଜ୍ଞାନ କେନ୍ଦ୍ରର ଏସ୍ଏମ୍ଏସ୍(କୃଷିବିଜ୍ଞାନ) ସୁରେନ୍ଦ୍ର ସିଂଙ୍କୁ କୃଷକ ସଂପ୍ରଦାୟର ଉନ୍ନତି ପାଇଁ ଦୀର୍ଘ ୩୬ ବର୍ଷର ନିରନ୍ତର ସେବା ନିମନ୍ତେ ସଂବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ସେଠାରେ ଆୟୋଜିତ କୃଷି ପ୍ରଦର୍ଶନୀରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ୮ଟି ସଂଗଠନ ସେମାନଙ୍କର ଉତ୍ପାଦ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରକାଶନର ପ୍ରଦର୍ଶନ କରିଥିଲେ। ଏହାପରେ ସେଠାରେ ବୈଜ୍ଞାନିକ ଓ କୃଷକମାନଙ୍କ ମଧ୍ୟରେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଥିରେ ପଶୁପାଳନ, ଉଦ୍ୟାନକୃଷି, ଜଳକୃଷି, ଫସଲ ବିଜ୍ଞାନ ଏବଂ କନ୍ଦଫସଲ ଇତ୍ୟାଦିର ବିଶେଷଜ୍ଞମାନେ ଯୋଗଦେଇ ବିଭିନ୍ନ କୃଷି ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରିଥିଲେ। ସିଫାର ପ୍ରଧାନ ବୈଜ୍ଞାନିକ ଡ଼ଃ ଆଶିଷ ସାହା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ପ୍ରଧାନ ବୈଜ୍ଞାନିକ ଡ. ଜି.ଏସ୍. ସାହା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories