www.samajalive.in
Friday, December 12, 2025
14.1 C
Bhubaneswar

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ମୃତ

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୁଲୱାମା ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସାହିଦ ଅହମ୍ମଦ ବାବା ଓ ଆନିୟାତ ଅହମ୍ମଦ ଜିଗର ଏବଂ ସେମାନେ ଜୈସ୍‌-ଇ-ମହମ୍ମଦ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ବାବା ସୋପିଆନ୍‌ ଓ ପୁଲୱାମାରେ ସସ୍କ୍ରିୟ ଥିଲା; କିନ୍ତୁ ଇନାୟତ ନିକଟରେ ଆତଙ୍କବାଦୀ ସଂଗଠନରେ ସମ୍ରିୟ ଭାବେ ସାମିଲ ହୋଇଥିଲା। ଉଭୟଙ୍କଠାରୁ ବହୁ ପରିମାଣ ମାରଣାସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
ଅପରପକ୍ଷରେ ଆତଙ୍କବାଦୀମାନେ ଜଣେ ୨୫ବର୍ଷୀୟା ମହିଳାଙ୍କୁ ଅତି ନିକଟରୁ ଗୁଳମାରି ହତ୍ୟା କରିବା ସହ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣ କରିଛନ୍ତି। ମୃତ ମହିଳାଙ୍କ ନାମ ଇସ୍ରାତ୍‌ ମୁନିର ଓ ତାଙ୍କ ଘର ପୁଲୱାମାର ଡାଙ୍ଗିରପଡ଼ାଠାରେ। ତାଙ୍କ ମୃତଦେହ ସୋପିଆନ୍‌ର ଦ୍ରାଗାଦଠାରୁ ଉଦ୍ଧାର କରାଯାଇଛି। ଆତଙ୍କବାଦୀମାନେ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିବା ଓ ଏହା ପୂର୍ବରୁ ମୁନିର ଜୀବନ ରକ୍ଷା ପାଇଁ ହାତ ଯୋଡ଼ି ଆକୁଳ ନିବେଦନ କରୁଥିବା ଭିଡିଓରୁ ଦେଖାଯାଉଛି। ଆତଙ୍କବାଦୀଙ୍କ ଏଭଳି ଘୃଣ୍ୟ କାର୍ଯ୍ୟ ନେଇ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି। ପୁଲିସ ସୂଚନାନୁଯାୟୀ, ମୁନିର ହେଉଛନ୍ତି ଗତ ମାସରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ନିହତ ହୋଇଥିବା ଅଲବାଦର ସଂଗଠନର କମାଣ୍ଡର ଜିନତ ଉଲ୍‌ ଇସଲାମର ପତ୍ନୀ। ମୁନିର ସୁରକ୍ଷାକର୍ମୀଙ୍କୁ ସହାୟତା କରୁଥିବାରୁ ତାଙ୍କୁ ପରିଣାମ ଭୋଗିବାକୁ ପଡ଼ିଥିବା ମୃତଦେହ ନିକଟରୁ ଉଦ୍ଧାର ଏକ ଚିଠିରୁ ଜଣାପଡ଼ିଛି। ଏହି ହତ୍ୟା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ନାହିଁ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories