www.samajalive.in
Sunday, December 14, 2025
15.1 C
Bhubaneswar

ଧର୍ମଗଡ଼ ଦେଶୀ ମଦଭାଟିରୁ ସଶସ୍ତ୍ର ଡକାୟତି

ଧର୍ମଗଡ଼: ଧର୍ମଗଡ଼ ସହର ଭୀମଖୋଜ ପଡା ଦେଶୀ ମଦ ଭାଟିରୁ ଗତକାଲି ବିଳମ୍ବିତ ରାତ୍ରୀରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଭାଟି କର୍ମଚାରୀଙ୍କୁ ପିସ୍ତଲ,ବନ୍ଧୁକ ଓ ଛୁରୀ ଦେଖାଇ ୫/୭ଲକ୍ଷ ଟଙ୍କା ଡକାୟତି କରିଥିବା ନେଇ ପୁଲିସ ଥାନାରେ ଅଭିଯୋଗ ହୋଇଛି।
ଖବର ପାଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଓ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଂଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ପ୍ରକାଶ ପାଇନାହିଁ। ସୁଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ଆନୁମାନିକ ୧୦ଜଣ ଲୋକ ଭାଟି ଭିତରକୁ ପ୍ରବେଶ କରିଥିଲେ। ଭାଟିରେ ୨୫ଜଣ କର୍ମଚାରୀ ଥିବାବେଳେ ଅଧିକାଂଶ କର୍ମଚାରୀ କାମ ସାରି ନିଜ ନିଜ କୋଠରୀକୁ ଶୋଇବାକୁ ଯାଇଥିଲେ ଏବଂ କିଛି କର୍ମଚାରୀ ହିସାବକିତାବ କରୁଥିଲେ। ଏହି ସମୟରେ ସଶସ୍ତ୍ର ଡକାୟତଦଳ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିବା ସହ ପଛପଟୁ ସମସ୍ତଙ୍କୁ ରଶିରେ ବାନ୍ଧି ଦେଇ ଟଙ୍କା ଲୁଟି ନେଇଥିଲେ। ଲୁଟ ସାରି ଡକାୟତମାନେ ଯିବାପରେ ଭାଟି କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଥିଲେ।

ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories