www.samajalive.in
Saturday, December 6, 2025
26.1 C
Bhubaneswar

ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ସାବଧାନ: ପହିଲାରୁ ହୋଇପାରିବନି ନେଣଦେଣ

ନୂଆଦିଲ୍ଲୀ : ୟୁପିଆଇ ଆଇଡିରେ ବିଶେଷ ଅକ୍ଷର ଥିଲେ ବ୍ୟବହାରକାରୀ ଫେବୃଆରୀ ପହିଲାରୁ ଆର୍ଥିକ କାରବାର କରିପାରିବେ ନାହିଁ। ଏନେଇ ଭାରତୀୟ ଜାତୀୟ ଦେୟ ନିଗମ (ଏନ୍‌ପିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇଡିରେ କେବଳ ଅକ୍ଷର ଓ ସଂଖ୍ୟା ଥିବା ଆବଶ୍ୟକ। ଧୀରେ ଧୀରେ ନଗଦ ଅର୍ଥ କାରବାର ପରିବର୍ତ୍ତେ ଡିଜିଟାଲ ଅର୍ଥ କାରବାର ବଢ଼ିବାରେ ଲାଗିଛି। ଏଥିସହ ବଢ଼ୁଥିବା ସାଇବର ଠକେଇ ମଧ୍ୟ ଏବେ ଚିନ୍ତାର କାରଣ ହୋଇଛି। ତେଣୁ ଲୋକପ୍ରିୟ ଡିଜିଟାଲ ଦେୟ ପ୍ଲାଟଫର୍ମର ସୁରକ୍ଷା ବଢ଼ାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଉଦାହରଣ ସ୍ବରୂପ ‘upi@1234567890#abc!’ ଏହା ଏକ ଅବୈଧ ଆଇଡି। ଏଥିରେ @, # ଓ ! ତିନୋଟି ବିଶେଷ ଅକ୍ଷର ରହିଛି। ଅନ୍ୟପକ୍ଷରେ ‘upi1234567890abc’ ଏକ ବୈଧ ଆଇଡି। ଏଥିରେ କେବଳ ଅକ୍ଷର ଓ ସଂଖ୍ୟା ରହିଛି। ଯଦି କୌଣସି ବ୍ୟକ୍ତି ନିୟମ ପାଳନ କରୁ ନ ଥିବା ଆପ୍‌ ବ୍ୟବହାର କରି ଆର୍ଥିକ କାରବାର କରନ୍ତି ଓ ତାଙ୍କ ଆଇଡିରେ ସ୍ବତନ୍ତ୍ର ଅକ୍ଷର ଥାଏ, ତେବେ ଫେବୃଆରୀ ପହିଲାରୁ ତାହା ଏନ୍‌ପିସିଆଇ ଦ୍ବାରା ନାକଚ ହୋଇଯିବ। ଏହାର ସମାଧାନ ପାଇଁ ଆଇଡି ଯାଞ୍ଚ କରିବା ଓ କୌଣସି ପ୍ରକାର ସନ୍ଦେହ ଥିଲେ ଗ୍ରାହକ ସେବାକୁ ସମ୍ପର୍କ କରିବା ପାଇଁ ଏନ୍‌ପିସିଆଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେଣୁ ଏହି ସମସ୍ୟାରୁ ବର୍ତ୍ତିବାକୁ ହେଲେ ସମର୍ଥିତ ଆପ୍‌ ଷ୍ଟୋର୍‌ରୁ ୟୁପିଆଇ ଆପ୍‌ ଡାଉନ୍‌ଡୋଲ କରିବା ଓ ଏନ୍‌ପିସିଆଇ ନିୟମ ପାଳନ କରୁ ନ ଥିବା ତୃତୀୟପକ୍ଷ ଆପ୍‌ ବ୍ୟବହାର ନ କରିବା ପାଇଁ ପରାମର୍ଶ ଦିଆଯାଇଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories