www.samajalive.in
Saturday, December 6, 2025
26.1 C
Bhubaneswar

ଅର୍ଚ୍ଚାଙ୍ଗୀଠାରେ ନୂତନ ପୋଲ ନିର୍ମାଣ ପାଇଁ ଦାବି

ଫୁଲବାଣୀ: କନ୍ଧମାଳ ଜିଲା ଚକାପାଦ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପାଦ ପଞ୍ଚାୟତର ଅର୍ଚ୍ଚାଙ୍ଗୀ ଗ୍ରାମର ବାରନାଳଠାରେ ଏକ ପୁରୁଣା ପୋଲ ରହିଛି। ବର୍ଷା ଦିନରେ ପାହାଡିଆ ପାଣି ଆସିଲେ ଏହି ବ୍ରିଜଟି ଭାଙ୍ଗିଯିବାର ଆଶଙ୍କା ରହିଛି। ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାକାମ ଚାଲିଥିବାବେଳେ ଏହି ସ୍ଥାନରେ ଏକ ନୂତନ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ସେହିଭଳି ଅର୍ଚ୍ଚାଙ୍ଗୀ ଗ୍ରାମର ବାରନାଳଠାରୁ ମଝିସାହି, ଦଳମହୁଲ ସାହି, ଚରିଆବଣ ସାହି, ଗଉଡ ସାହି, ମଶାଣି ସାହି, ଢେକାଳବାଡି, କଇଁୟା ସାହି, ତ୍ରିପସାହି ଭଳି ଆଠ ଗୋଟି ସାହିକୁ ରାସ୍ତା ଠିକ ନ ଥିବା ହେତୁ ଗର୍ଭବତୀ ଓ ଅସୁସ୍ଥ ଲୋକଙ୍କ ପାଇଁ ବହୁ ସମସ୍ୟା ହେଉଛି। ଛୋଟ ପିଲାମାନେ ଅଙ୍ଗନବାଡି ଯାଇପାରୁ ନାହାନ୍ତି। ତେଣୁ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ନୂତନ ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories