www.samajalive.in
Sunday, December 14, 2025
23.1 C
Bhubaneswar

ସୁରକ୍ଷା ସମ୍ବନ୍ଧୀୟ କାରଣ ପାଇଁ ଜାମ୍ମୁ ତାୱି ଏକ୍ସପ୍ରେସ ଆଂଶିକ ବାତିଲ

ସମ୍ବଲପୁର: ଭାରତୀୟ ରେଳବାଇ ଅନ୍ତର୍ଗତ ଉତ୍ତର ରେଳବାଇ ଜାମ୍ମୁ ତାୱି ରେଳ ଷ୍ଟେସନରେ ସୁରକ୍ଷା ଓ ରେଳ ଆଧୁନିକୀକରଣ ସମ୍ବନ୍ଧୀୟ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଜାରି ରହିଛି। ଏଥି ପାଇଁ ରେଳଗାଡି ସଂଖ୍ୟା ୧୮୩୦୯ / ୧୮୩୧୦ ସମ୍ବଲପୁର – ଜାମ୍ମୁ ତାୱି – ସମ୍ବଲପୁର ଏକ୍ସପ୍ରେସର ଚଳାଚଳକୁ ଆଂଶିକ ବାତିଲ କରାଯାଇଛି। ରେଳଗାଡି ସଂଖ୍ୟା ୧୮୩୦୯ ସମ୍ବଲପୁର – ଜାମ୍ମୁ ତାୱି ଏକ୍ସପ୍ରେସକୁ ଆସନ୍ତା ୩୦ ତାରିଖରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଦିନ ଗୁଡିକରେ ଅମୃତସର ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବ। ଅମୃତସରରୁ ଜାମ୍ମୁ – ତାୱି ପର୍ଯ୍ୟନ୍ତ ସେବା ଆଂଶିକ ବାତିଲ ରହିବ। ସେହିଭଳି ରେଳଗାଡି ସଂଖ୍ୟା ୧୮୩୧୦ ଜାମ୍ମୁ ତାୱି – ସମ୍ବଲପୁର ଏକ୍ସପ୍ରେସ ଆସନ୍ତା ୨ ଫେବୃଆରୀରୁ ୭ ମାର୍ଚ୍ଚ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଦିନ ଗୁଡିକରେ ଅମୃତସର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ଜାମ୍ମୁ ତାୱିରୁ ଅମୃତସର ମଧ୍ୟରେ ଏହି ସେବା ଆଂଶିକ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories