www.samajalive.in
Sunday, December 14, 2025
26.1 C
Bhubaneswar

ବହୁତ ଭଲ ପା’ନ୍ତି ମୋଦୀ!

ଭୁବନେଶ୍ଵର : ୭ ମାସରେ ୫ ଥର ଓଡ଼ିଶା ଆସି ସାରିଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଶାସନ ମୁଖ୍ୟ ହିସାବରେ ତାଙ୍କ ଗସ୍ତକୁ ନେଇ ପ୍ରଶ୍ନ କରାଯାଇ ପାରିବ ନାହିଁ। କିନ୍ତୁ ଆଜି ଉତ୍କର୍ଷ ଓଡିଶା ସମ୍ମିଳନୀରେ ଯୋଗ ଦେଇ ସେ ଏକ ରୋଚକ କଥା କହିଛନ୍ତି। ମୋଦୀ ନିଜ ଭାଷଣ ପ୍ରସଙ୍ଗରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେବା ପରେ ସେ ଓଡ଼ିଶାକୁ ପ୍ରାୟ ୩୦ ଥର ଗସ୍ତ କରିସାରିଲେଣି। ରାଜ୍ୟର ପ୍ରାୟ ସବୁ ଜିଲ୍ଲା ସେ ଗସ୍ତ କରିଛନ୍ତି। କେବଳ ସେତିକି ନୁହେଁ, ସ୍ୱାଧିନତା ପରବର୍ତ୍ତୀ ସମୟରେ ଦେଶର କୌଣସି ପ୍ରଧାନମନ୍ତ୍ରୀ ଏତେଥର ଓଡିଶା ଗସ୍ତ କରିଥିବାର ନଜିର ନାହିଁ ବୋଲି ସେ କହିଛନ୍ତି। ରାଜ୍ୟର ସମୃଦ୍ଧ କଳା ଓ ଭାସ୍କର୍ଯ୍ୟକୁ  ସେ ପ୍ରସଂଶା କରିବା ସହ ରୋଜଗାର ପାଇଁ ରାଜ୍ୟରେ ଅପାର ସମ୍ଭାବନା ରହିଛି ବୋଲି ମଧ୍ୟ କହିଛନ୍ତି। ଏଠାରେ ବିସ୍ତିର୍ଣ୍ଣ ବେଳାଭୂମୀ ସହିତ ବଣ ଓ ପାହାଡ ମଧ୍ୟ ରହିଛି। ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ ଓଡିଶାର ନାମ ରହିଛି। ଓଡିଶା ଏଭଳି ଏକ ରାଜ୍ୟ, ଯେଉଁଠାକୁ ଗଲେ ଏସବୁ ପ୍ରାକୃତିକ ସମ୍ପଦର ଏକକାଳୀନ ଦର୍ଶନ ହୋଇପାରିବ ବୋଲି ମୋଦୀ କହିଛନ୍ତି। ମୋଦୀଙ୍କ ଏଭଳି ଗସ୍ତକୁ ନେଇ ରାଜ୍ୟ ସରକାରଙ୍କ ସମେତ ବିଜେପି କ୍ୟାମ୍ପ ଉତ୍ସାହିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସାଙ୍ଗଠନିକ ଫାଇଦା ଦଳକୁ ମିଳିପାରିବ ବୋଲି ଏହାର ରାଜ୍ୟସ୍ତରୀୟ ନେତାମାନେ ଆଶା ରଖିଛନ୍ତି। ଜୁନ ମାସରୁ ଜାନୁୟାରୀ ମାସ ଭିତରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ୨୦୨୪ ଜୁନ୍ ୧୨ ତାରିଖରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ସେହି ସମାରୋହରେ ଉପସ୍ଥିତ ଥିଲେ। ଏହାପରେ ନିର୍ବାଚନୀ ପ୍ରତିଶୃତି ମୂତାବକ ସେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାକୁ ପୁଣି ଥରେ ଓଡ଼ିଶା ଆସିଥିଲେ। ଏହା ପରେ ଭୁବନେଶ୍ୱରରେ ଅନୁଷ୍ଠିତ ପୁଲିସ ମହାନିର୍ଦ୍ଦେଶକ ମାନଙ୍କ ସମ୍ମିଳନୀରେ ସେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଚଳିତ ମାସ ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ  ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରବାସୀ ଭାରତୀୟ ସମ୍ମିଳନୀରେ ମଧ୍ୟ ସେ ଉଦବୋଧନ ଦେଇଥିଲେ। ଏବେ ଦିନିକିଆ ଗସ୍ତରେ ଆସି ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।  ତେଣୁ ପ୍ରଧାନମନ୍ତ୍ରୀଙ୍କ ଓଡିଶା ପ୍ରତି ଏଭଳି ଆକର୍ଷଣକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories