www.samajalive.in
Sunday, December 7, 2025
23.1 C
Bhubaneswar

ପିଜିଆଇଏମ୍‌ଇଆର୍ ଆଣ୍ଡ କ୍ୟାପିଟାଲ ହସ୍ପିଟାଲ: କେବଳ ବହିର୍ବିଭାଗରେ ସୀମିତ ରହିଛି ସେବା, ସୁପର ସ୍ପେଶିଆଲିଷ୍ଟକୁ ଉପେକ୍ଷା

ଭୁବନେଶ୍ୱର : ପିଜିଆଇଏମ୍‌ଇଆର୍ ଆଣ୍ଡ କ୍ୟାପିଟାଲ ହସ୍ପିଟାଲରେ ବ୍ୟବସ୍ଥିତ ହୋଇପାରୁନି ସୁପର ସ୍ପେଶିଆଲିଷ୍ଟ ସେବା। ତ୍ବରିତ ସେବା ପାଇଁ ଗୋଟିଏ ସ୍ଥାନରେ ସୁପର ସ୍ପେଶିଆଲିଷ୍ଟ କମ୍ପ୍ଲେକ୍ସ କରାଯାଇ ଚାରି ବିଭାଗରେ ସେବା ଯୋଗାଇ ଦିଆଯାଉଛି। ହେଲେ ଏଠାରେ ଡାକ୍ତରଙ୍କ ଅଭାବ ଯୋଗୁଁ ଉପଯୁକ୍ତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଗରିବ ରୋଗୀ। କେବଳ ବହିର୍ବିଭାଗରେ ସୀମିତ ରହିଛି ସେବା । ଡାକ୍ତର ୪୦ ରୋଗୀଙ୍କୁ ସେବା ପ୍ରଦାନ କରୁଥିବାବେଳେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ଚିକିତ୍ସା ନପାଇ ଫେରୁଛନ୍ତି। ଏହାସହ ପର୍ଯ୍ୟାପ୍ତ ପରିମାଣର ଔଷଧ ମଧ୍ୟ ମିଳୁନଥିବା ଅଭିଯୋଗ ହୋଇଛି।

କ୍ୟାପିଟାଲ ହସ୍ପିଟାଲରେ ସୁପର ସ୍ପେଶିଆଲିଷ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇପାରିଲା ନାହିଁ। ଏଠାରେ ଏଣ୍ଡୋକ୍ରୋନୋଲୋଜି, ୟୁରୋଲୋଜି, ନେଫ୍ରୋଲୋଜି ଏବଂ ନ୍ୟୁରୋଲୋଜି ଆଦି ୪ ବିଭାଗରେ ସେବା ଦିଆଯାଉଛି। ଏଣ୍ଡୋ ଏବଂ ୟୁରୋ ପାଇଁ ହସ୍ପିଟାଲ ଡାକ୍ତର କାର୍ଯ୍ୟ କରୁଥିବାବେଳେ ନେଫ୍ରୋ ଏବଂ ନ୍ୟୁରୋ ନିମନ୍ତେ ସପ୍ତାହରେ ଦିନେ ଲେଖାଏଁ କଟକରୁ ସ୍ବତନ୍ତ୍ରଭାବେ ପ୍ରଫେସର ଆସୁଛନ୍ତି। ଏହାସହିତ କର୍ପସ ପାଣ୍ଠି ଜରିଆରେ ଦୁଇ ଜଣ ଲେଖାଏଁ ଡାକ୍ତର କାର୍ଯ୍ୟ କରୁଛନ୍ତି। ପ୍ରତି ବାରିରେ ୪୦ ରୋଗୀଙ୍କୁ ସେବା ପ୍ରଦାନ କରାଯାଉଛି। ଆଉ କିଛି ଭେଷଜ ବିଭାଗରେ ପରାମର୍ଶ କରି ଫେରିଯାଉଥିବା ଜଣାପଡ଼ିଛି । ସୁପର ସ୍ପେଶିଆଲିଷ୍ଟ ପାଇଁ ରାତିରୁ ରୋଗୀ ଆସୁଛନ୍ତି । ଟିକଟ ପାଇଁ ଲମ୍ବା ଧାଡ଼ି ଲାଗିରହୁଛି।

- Advertisement -

ବିଶେଷ କରି ଟିକଟ କେନ୍ଦ୍ର ସାମ୍ନାରେ ରାତ୍ରି ବିଶ୍ରାମ କରୁଛନ୍ତି। ଏଠାରେ ପିଜି ପାଠ୍ୟକ୍ରମ ଆରମ୍ଭ ହେବା ପରେ ବର୍ତ୍ତମାନ ରୋଗୀ ସଂଖ୍ୟା ବଢ଼ିଛି। କିନ୍ତୁ ସୁପର ସ୍ପେଶିଆଲିଷ୍ଟ ବିଭାଗରେ ଚିକିତ୍ସା ପାଇବାକୁ ହେଲେ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି। ଏହାଦ୍ଵାରା ଅନେକ ରୋଗୀ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିବା ସହିତ ଘରୋଇ ଚିକିତ୍ସାଳୟ ମୁହାଁଉଛନ୍ତି। ସବୁଠୁ ହଟହଟା ଦେଉଛନ୍ତି ନ୍ୟୁରୋଲୋଜି ଚିକିତ୍ସା ପାଇଁ ଆସୁଥିବା ରୋଗୀ। ସ୍ଵାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ଏବେ ସୁପର ସ୍ପେଶିଆଲିଷ୍ଟ ଡାକ୍ତରଙ୍କ ଅଭାବ ରହିଛି। କେବଳ କ୍ୟାପିଟାଲ ହସ୍ପିଟାଲ ନୁହେଁ ବିଭିନ୍ନ ହସ୍ପିଟାଲରେ ମଧ୍ଯ ଏଭଳି ଅଭାବ ଦେଖାଦେଇଛି। ଏନେଇ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆ ଭେଷଜ ମହାବିଦ୍ୟାଳୟ ଖୋଲୁଛି, ଏହାଦ୍ଵାରା ରାଜ୍ୟରେ ଡାକ୍ତର ଅଭାବ ଦୂର ହୋଇପାରିବ ଏବଂ ନିକଟରେ ଡାକ୍ତର ପଦ ପୂରଣ ପାଇଁ ସରକାର କ୍ୟାବିନେଟରେ ମଞ୍ଜୁର କରିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories