www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭୟଙ୍କର ଦୃଶ୍ୟ; ଯାତ୍ରୀବାହୀ ବିମାନ ଉପରେ ଖସିଲା ବିଜୁଳି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ୍‌ ହୋଇଥାଏ। ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଭୟଭୀତ କରୁଥିବା ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ନିଶ୍ୱାସ ଅଟକି ଯିବା ଭଳି ଅନୁଭବ ହେବ।
ଭିଡିଓରେ ଦେଖିପାରିବେ ବିମାନବନ୍ଦରରେ ଥିବା ଏକ ଯାତ୍ରୀବାହୀ ଉଡାଜାହାଜ ଉପରେ ଆକାଶରୁ ବିଜୁଳି ଖସୁଛି। ବିଜୁଳି ମାରିବା ମାତ୍ରେ ଚାରିଆଡେ ଏହାର ରଶ୍ମି ଦେଖାଯାଉଛି। ଅଦ୍ଭୁତ ଓ ଭୟଭୀତ କରୁଥିବା ଏହି ଭିଡିଓ ଦେଖିବା ପରେ ଲୋକେ କାବା ହୋଇଯିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ୩ଟି ସରଳ ଉପାୟରେ ବର୍ଷଯାକ ହେବ ଧନ ବର୍ଷା, ଘରୁ ଦୂର ହେବ ଅଶାନ୍ତି..

- Advertisement -

ଏହି ଭିଡିଓ ବ୍ରାଜିଲର ସାଓ ପାଉଲୋ ଗୁଆରୁହ୍ଲୋସ ଆନ୍ତର୍ଜାତୀୟ ବିମାନବନ୍ଦରର ବୋଲି କୁହାଯାଉଛି । ପୂର୍ବରୁ ହିଁ ପାଗ ଖରାପ ଥିବା ସହ ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ ପବନ ହେଉଥିଲା। ଏହି ଘଟଣା ପରେ ବିମାନକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା। ଦୀର୍ଘ ୬ ଘଣ୍ଟା ବିଳମ୍ବ ପରେ ବିମାନକୁ ଉଡାଣ ଭରିବାକୁ ଅନୁମତି ମିଳିଥିଲା । ଗତ ୨୪ ଜାନୁଆରୀରେ ବ୍ରାଜିଲରେ ପ୍ରବଳ ବର୍ଷା କାରଣରୁ ଅନେକ କ୍ଷୟକ୍ଷତି ହୋଇଥିଲା। ସଡକ ଜଳମଗ୍ନ ହେବା ସହ ହଜାର ହଜାର ଘରର ବିଜୁଳି ସଂଯୋଗ କଟା ଯାଇଥିଲା। ଲୋକେ ବିପଦରୁ ରକ୍ଷା ପାଇବା ପାଇଁ ମେଟ୍ରୋ ଷ୍ଟେସନ ମାନଙ୍କରେ ଆଶ୍ରୟ ନେଇଥିଲେ ବୋଲି ଜଣାପଡିଥିଲା।

ଆଉ ମାତ୍ର ଅଳ୍ପ ଦିନ ପରେ ବୁଦ୍ଧାଦିତ୍ୟ ରାଜଯୋଗ; ଏହି ରାଶିଙ୍କ ଉପରେ ହେବ ଧନବର୍ଷା, ବିବାହ, ହେବେ ମାଲମାଲ୍‌..

ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଯାତ୍ରୀଙ୍କ ଜୀବନହାନୀ ହୋଇନଥିବା ଜଣାପଡିଛି । କୌଣସି କ୍ଷୟକ୍ଷତି ମଧ୍ୟ ହୋଇନାହିଁ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories