www.samajalive.in
Sunday, December 14, 2025
19.1 C
Bhubaneswar

ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ: ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗାଁ ମୁଣ୍ଡରେ ଥିବା ରଗୁଡିତଇଳା ନିକଟସ୍ଥ ଏକ ଫାର୍ମ ହାଉସରେ କାର୍ଯ୍ୟ କରୁଥିବା ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ସୁର ପ୍ରଧାନ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ପ୍ରଧାନ। ଶରଧାପୁର ଗଦେଇମୁଣ୍ଡା ଗାଁର ସୁର ଓ ତାଙ୍କ ସ୍ତ୍ରୀ ସୁକାନ୍ତି ପ୍ରାୟ ବର୍ଷେ ହେବ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ଭାବଗ୍ରାହୀ ଦେହୁରୀଙ୍କ ଫାର୍ମ ହାଉସରେ ରହି ଚାଷ କାର୍ଯ୍ୟ କରୁଥିଲେ।

ଗତକାଲି ରାତିରୁ ହିଁ ଦମ୍ପତି ଜମି ନିକଟରେ ସଂଜ୍ଞାହୀନ ଅବସ୍ଥାରେ ପଡିଥିବା ଭାବଗ୍ରାହୀ ଦେଖିବାକୁ ପାଇ ପୁଲିସକୁ ଅବଗତ କରିଥିଲେ। ଉଭୟଙ୍କୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ଓ ସମ୍ପର୍କୀୟ ଏଥିରେ ସନ୍ଦେହ ପ୍ରକଟ କରିବା ସହ ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି। ମୃତ ସୁକାନ୍ତିଙ୍କ ମା’ଙ୍କ ଅଭିଯୋଗ କ୍ରମେ ବନ୍ତଳା ଥାନାରେ ଏକ ମାମଲା ରଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories