www.samajalive.in
Friday, December 12, 2025
15.1 C
Bhubaneswar

କିରିକିଚିପାଳା ଗାଁରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା ଶୋଭାଯାତ୍ରା

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା  ବନାଞ୍ଚଳ ଅନ୍ତର୍ଗତ ଚମ୍ପାଝର  ପଞ୍ଚାୟତ କିରିକିଚିପାଳ  ଗାଁରେ ବନବିଭାଗ ପକ୍ଷରୁ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଆଜି (ସୋମବାର ଦିନ) ଏକ ସଚେତନତା  ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ, ସମ୍ମାନିତ ଅତିଥି ଭାବେ ସରପଞ୍ଚ ବିକ୍ରମ ପିଙ୍ଗୁଆ , ଠାକୁରମୁଣ୍ଡା ବନାଞ୍ଚଳ ଅଧିକାରୀ ଉମାକାନ୍ତ ବେହେରା ପ୍ରମୁଖ ଯୋଗଦେଇ ବନ୍ୟଜନ୍ତୁଙ୍କୁ କିପରି ସୁରକ୍ଷା ଦେବା  ଏବଂ ଜଙ୍ଗଲକୁ କିପରି ନିଆଁ ଦାଉରୁ ସୁରକ୍ଷା କରିବା ସେ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଏଥିରେ ସମସ୍ତ ବନକର୍ମଚାରୀ ଓ କିରିକିଚିପାଳ  ଗ୍ରାମର ଗ୍ରାମବାସୀ ଉପସ୍ଥିତ ରହି ସଚେତନତାର ବାର୍ତ୍ତା ବ୍ୟାନର ଧରି  ରାଲି କରିଥିଲେ। ସଭା ପରେ ଜଙ୍ଗଲ  ସୁରକ୍ଷା କରିବା ପାଇଁ ପଦଯାତ୍ରା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର‌୍ୟ୍ୟକ୍ରମରେ ବନ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories