www.samajalive.in
Friday, December 12, 2025
15.1 C
Bhubaneswar

ପୁଲିସକୁ ଆକ୍ରମଣ ମାମଲା: ବାପା ଓ ପୁଅ ଗିରଫ

ଗୋପାଳପୁର :ଗୋପାଳପୁର ଥାନାରେ ଏପିଆର କନଷ୍ଟବଲ ଭାବେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ପୁଲିସ ବାପା ଓ ପୁଅକୁ ଗିରଫ ପରେ କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବିହାରୀ ଦୋକାନୀର ମାଲିକ ବିନୋଦ ସାହା, ପୁଅ ଶିବ ସାହା ବୋଲି ପୁଲିସ କହିଛି l

ସୂଚନା ପ୍ରକାରେ ଗୋପାଳପୁର ଥାନାରେ ଏପିଆର କନଷ୍ଟବଲ ଭାବେ କାର୍ଯ୍ୟରତ ଏନ.ରାମକ୍ରୀଷ୍ଣା ରାଓ, ସାଙ୍ଗ ଲକ୍ଷଣ ବେହେରା ମିଶି ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିକଟରେ ଥିବା ବିହାରୀ ପକୋଡ଼ି ଦୋକାନକୁ ଯାଇ ୨୦ ଟଙ୍କାର ପକୋଡ଼ି ମାଗିଥିଲେ ।ସେ ୩୦ ଟଙ୍କାର ପକୋଡ଼ି ଦେଇଥିଲା । ଏହାକୁ ନେଇ ରାମକ୍ରୀଷ୍ଣା ୨୦ ଟଙ୍କାର ପକୋଡ଼ି ମାଗିଥିଲି ତୁ କାହିଁକି ୩୦ ଟଙ୍କାରଦେଲୁ ପଚାରିବାରୁ ବିହାରୀ ଦୋକାନୀ ରାଗି ଯାଇ ଅଶ୍ରଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲା। ରାମ କ୍ରିଷ୍ଣା ଗୋପାଳପୁର ଥାନାର ପୁଲିସ କର୍ମଚାରୀ କହିବା ସ୍ୱତ୍ତ୍ତେ ବିନୋଦ ଗାଳି କରିବା ସହ ଏକ ଲୁହା ରଡ଼ରେ ଆକ୍ରମଣ କରି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲା।

- Advertisement -

ଯାହାରି ଫଳରେ ରାମକ୍ରୀଷ୍ଣାଙ୍କ ଡାହାଣ ହାତର ପାପୁଲିର ହାଡ଼ ଭାଙ୍ଗି ଯାଇଥିଲା । ବିନୋଦ ଙ୍କ ପୁଅ ଶିବ ମଧ୍ୟ ସେଠାରେ ପହଞ୍ଚି ରାମକ୍ରିଷ୍ଣା ଙ୍କୁ ମାଡ଼ ମାରିଥିଲେ l ଏବଂ ମୋବାଇଲ ଛଡାଇ ଭାଙ୍ଗି ଦେଇଥିଲେ lସେଠାରେ ଉପସ୍ଥିତ ରହିଥିବା ତାଙ୍କ ସାଙ୍ଗ ଲକ୍ଷଣ ବେହେରା ସେମାନଙ୍କ କବଳରୁ ରାମ କ୍ରିଷ୍ଣା କୁ ଛଡାଇ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସିଟି ମେଡିକାଲ ନେଇଥିଲେ l ଏ ନେଇ ଚିକିତ୍ସା ହୋଇ ଫେରିବା ପରେ ଗୋପାଳପୁର ଲିଖିତ ଅଭିଯୋଗ କରିଛନ୍ତି l

ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୩୩/୨୫ ମାମଲା ରୁଜୁ କରି ଅଭିଯୁକ୍ତ ବାପା ଓ ପୁଅକୁ କାବୁ କରିବା ସହ ଆକ୍ରମଣ କରିଥିବା ଲୁହା ରଡ଼କୁ ଜବତ କରି କୋର୍ଟ ଚାଲାଣ କରିଛି lଅନ୍ୟ ପଟେ ଏହି ଘଟଣା ଟି ଥାନା ଠାରୁ ମାତ୍ର ୫୦୦ ମିଟର ବଜାର ପରିସରରେ ଘଟିଥିବା ବେଳେ ଘଟଣା ନେଇ ତୁରନ୍ତ ପୁଲିସ କନେଷ୍ଟବଳ ରାମ କ୍ରିଷ୍ଣା ଙ୍କ ପକ୍ଷରୁ କଣ ପାଇଁ ଅବଗତ କରାଗଲା ନାହିଁ,ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏହା ସହ ଏହି ଘଟଣା ମଧ୍ୟାହ୍ନ ଗୋଟାଏ ୪୫ ମିନିଟ ସମୟରେ ଘଟିଥିବା ବେଳେ ଅପରାହ୍ନରେ ୪ ଟା ୫୦ ରେ ଥାନାରେ ଲିଖିତ ଅଭିଯୋଗ ହେବା ଘଟଣା ମଧ୍ୟ ସନ୍ଦେହ ପ୍ରକଟ କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories