www.samajalive.in
Tuesday, December 9, 2025
16.1 C
Bhubaneswar

୮୦ କିମି ରେଞ୍ଜ୍‌.. ଆସିଗଲା ହୋଣ୍ଡାର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର

ନୂଆଦିଲ୍ଲୀ : ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ନିଜର ସ୍କୁଟର ହୋଣ୍ଡା ଆକ୍ଟିବା ଇଲେକ୍ଟ୍ରିକ ବ୍ୟତୀତ ଆଉ ଏକ ସ୍କୁଟର ‘‘ହୋଣ୍ଡାqc1’ କୁ ଇଲେକ୍ଟ୍ରିକ ସ୍କୁଟର ଭାବେ ଲଞ୍ଚ କରିଛି। ଏହି ୨ଟି ସ୍କୁଟରରେ ଅନେକ ଦମ୍‌ଦାର୍‌ ଫିଚର୍‌ ରହିଛି।

ଫିଚର୍ସ –
ଏହି ସ୍କୁଟରରେ ୫ ଇଞ୍ଚ ସ୍କ୍ରିନ୍‌ ରହିଛି। ଏଥିରେ ୨୬ ଲିଟର କ୍ଷମତା ଥିବା ଅଣ୍ଡର ସିଟ୍‌ ଷ୍ଟୋରେଜ୍‌ ମଧ୍ୟ ରହିଛି । ଏଠାରେ ନିଜର ଆବଶ୍ୟକୀୟ ଜିନିଷ ରଖିପାରିବେ। ୫ଟି ରଙ୍ଗରେ ଏହି ସ୍କୁଟର ମାର୍କେଟରେ ମିଳିଯିବ।
ଏହାକୁ ବ୍ଲୁ ପର୍ଲ ମିଷ୍ଟି ହ୍ୱାଇଟ୍‌, ମ୍ୟାଟ୍‌ ଫୋଗି ସିଲଭର ମେଟାଲିକ୍‌, ପର୍ଲ ଇଗ୍ନିସ୍‌ ବ୍ଲାକ୍‌ ଏବଂ ପର୍ଲ ଶାଲୋ ବ୍ଲୁ ଆଦି ରଙ୍ଗ ବିକଳ୍ପରେ କମ୍ପାନୀ ଆଣିଛି। ଏହି ସ୍କୁଟରରେ କ୍ଲାସୀ ରିଅର୍‌ ଭ୍ୟୁ ମିରର୍‌ ଓ ଷ୍ଟାଇଲିସ୍‌ ୧୨-ଇଞ୍ଚ ଫ୍ରଣ୍ଟ୍‌ ଆଲଏ ହ୍ୱିଲ୍‌ ଅଛି।

- Advertisement -

ଏହି ସ୍କୁଟରର ଆରମ୍ଭ ଦାମ୍‌ ୯୦,୦୦୦ ଟଙ୍କା । କମ୍ପାନୀ ତରଫରୁ ଲଞ୍ଚ କରାଯାଇଥିବା ଏହା ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର। ଏହାର ଲୁକ୍‌ ମଧ୍ୟ ଖୁବ୍‌ ଆକର୍ଷଣୀୟ।

୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..

ଦମ୍‌ଦାର୍‌ ମୋଟର ଏବଂ ବ୍ୟାଟେରୀ
ଏହି ସ୍କୁଟରକୁ କମ୍ପାନୀ ୧.୫ କେଡବ୍ଲ୍ୟୁଏଚର କ୍ଷମତା ବିଶିଷ୍ଟ ବ୍ୟାଟେରୀ ସହ ଆଣିଛି। ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ଏହାକୁ ୮୦ କିଲୋମିଟର ପର୍ଯ୍ୟନ୍ତ ଚଲାଇ ପାରିବେ। ସ୍କୁଟରକୁୁ ୩୩୦ ୱାଟ ଅଫ୍‌ ବୋର୍ଡ ଚାର୍ଜର ସହ ଘରେ ୪ ଘଣ୍ଟାରେ ଏହାକୁ ୦-୮୦ ପ୍ରତିଶତ ଏବଂ ୬ ଘଣ୍ଟାରେ ୧୦୦ ପ୍ରତିଶତ ଚାର୍ଜ କରାଯାଇପାରିବ। ଏହାର ସର୍ବାଧିକ ପାୱାର ରେଟିଙ୍ଗ ହେଉଛି ୧.୮ କେଡବ୍ଲ୍ୟୁ ଓ ଟର୍କ ହେଉଛି ୭୭ ଏନ୍‌ଏମ୍‌ ।

କମ୍ପାନୀ ପକ୍ଷରୁ କୁହାଯାଇଛି ଏହି ସ୍କୁଟରର ବ୍ୟାଟେରୀ ସମ୍ପୂର୍ଣ୍ଣ ଭାବେ ଚାର୍ଜ ହେବା ପାଇଁ ୬ ଘଣ୍ଟା ୫୦ ମିନିଟ୍‌ ସମୟ ନେଇଥାଏ ।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ସରଳ ଉପାୟରେ ଶାନ୍ତ ହେବେ ରାହୁ-କେତୁ; ଦୂର ହେବ ପିତୃଦୋଷ, ମିଳିବ ଧନ..

ସ୍କୁଟରରେ ଏଲଇଡି ଲାଇଟ୍‌ ସହ ୟୁଏସବି ଟାଇପ-ସି ଚାର୍ଜିଙ୍ଗ୍‌ ପୋର୍ଟ ଭଳି ଫିଚର୍‌ ମଧ୍ୟ ସାମିଲ ରହିଛି।
ଏହି ଗାଡିକୁ ତିନି ବର୍ଷ କିମ୍ବା ୫୦ ହଜାର କିଲୋମିଟର ୱାରେଣ୍ଟି ଦିଆଯାଉଛି। ଫିକ୍ସଡ୍‌ ଏବଂ ରିମୁଭେବଲ୍‌ ବ୍ୟାଟେରୀ ସହିତ ସ୍କୁଟରରେ ଏହି ୱାରେଣ୍ଟି ଅଫର୍‌ ଦିଆଯିବ।

ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ

ଏହି ସ୍କୁଟର ପାଇଁ ୧୦୦୦ ଟଙ୍କା ଦେଇ ପ୍ରି- ବୁକିଙ୍ଗ୍‌ ମଧ୍ୟ ଆରମ୍ଭ ହୋଇଛି। ଆରମ୍ଭରୁ ଏହି ସ୍କୁଟର ଦେଶର ୬ ସହରରେ ବିକ୍ରି ପାଇଁ ଉପଲବ୍ଧ।

ଆସିଗଲା ନୂଆ ରିଚାର୍ଜ ପ୍ଲାନ୍‌; ଜାଣନ୍ତୁ ଜିଓ, ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ ମଧ୍ୟରୁ କିଏ ଦେବ ସବୁଠାରୁ ଶସ୍ତା ପ୍ଲାନ୍‌..

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories