www.samajalive.in
Thursday, December 11, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ

ନୂଆଦିଲ୍ଲୀ : କଥାରେ ଅଛି ରଖେ ହରି ତ ମାରେ କିଏ? ନିକଟରେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଭିଡିଓ ଦେଖିଲେ ଏହି ଉକ୍ତିର ସତ୍ୟତାକୁ ବେଶ ଅନୁଭବ କରି ପାରିବେ। ଭିଡିଓ ବତ୍ତର୍ମାନ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି। ମୁମ୍ବାଇର ଡୋମ୍ବିବଲୀରର ଏହି ଘଟଣା ଏବେ ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିିତ କରି ଦେଇଛି। ଏଠାରେ ଏକ ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାର ୧୩ ମହଲାର ଏକ ବାଲକୋନୀରୁ ୨ ବର୍ଷର ଶିଶୁ ଖସି ପଡିବା ପରେ ତା’ର ଜୀବନ ବଞ୍ଚିଯାଇଛି । ଜଣେ ବ୍ୟକ୍ତି ଶିଶୁଟିକୁ ଖସିବା ଅବସ୍ଥାରେ ଦେଖି ତୁରନ୍ତ ଦୌଡି ଯାଇ ତା’ର ଜୀବନ ରକ୍ଷା କରିଛନ୍ତି । ଏହି ସମସ୍ତ ଘଟଣା ସେଠାରେ ଥିବା ସିସିଟିଭିରେ କଏଦ ହୋଇଛି । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି ।

- Advertisement -

ଶିଶୁର ଜୀବନ ରକ୍ଷା କରିଥିବା ବ୍ୟକ୍ତିଙ୍କୁ ପ୍ରଶଂସାର ସୁଅ ଛୁଟିଛି। ତାଙ୍କୁ ପ୍ରକୃତ ହୀରୋ ବୋଲି ମଧ୍ୟ ଲୋକେ କହିଛନ୍ତି ।
ମିଳିଥିବା ସୂଚନାନୁଯାୟୀ, ଏହି ଘଟଣା ଗତ ସପ୍ତାହରେ ଠାଣେର ଦେବୀଚାପାଡା ଅଞ୍ଚଳରେ ଘଟିଛି। ୧୩ ମହଲାରୁ ଖସିବା ପରେ ଶିଶୁ ସାମାନ୍ୟ ଆହତ ହୋଇଛି ବୋଲି ଜଣାପଡିଛି। ବ୍ୟକ୍ତି ଜଣକ ଉପସ୍ଥିତ ବୁଦ୍ଧି କାରଣରୁ ଶିଶୁଟିର ଜୀବନ ବଞ୍ଚିଯାଇଛି।

ଭାବେଶ ନାମକ ଜଣେ ବ୍ୟକ୍ତି ଦ୍ରୁତ ଗତିରେ ଦୌଡି ଯାଇ ବାଲକୋନୀରୁ ଖସିଥିବା ଶିଶୁକୁ ଧରି ପକାଇ ତା’ର ଜୀବନ ରକ୍ଷା କରିଥିଲେ।
ଲୋକଙ୍କ କହିବାନୁଯାୟୀ, ଶିଶୁଟି ନିଜ ୧୩ ମହଲାରେ ଥିବା ଘରର ବାଲକୋନୀରୁ ଖସିପଡିଲା । ପିଲାଟି ବାଲକୋନୀରୁ ଖସିବା ପରେ କିଛି ସମୟ ଝୁଲି ରହିବା ପରେ ତଳକୁ ଖସି ପଡିଥିଲା । ସେହି ସମୟରେ ବ୍ୟକ୍ତି ଜଣକ ଦୌଡି ଯାଇ ତା’ର ଜୀବନ ବଞ୍ଚାଇଥିଲେ ।

୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..

ମୌନୀ ଅମାବାସ୍ୟାରେ ବାସ୍‌ ଏହି ସରଳ ଉପାୟରେ ଶାନ୍ତ ହେବେ ରାହୁ-କେତୁ; ଦୂର ହେବ ପିତୃଦୋଷ, ମିଳିବ ଧନ..

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories