ସମାଜ ଡିଜିଟାଲ ଡେସ୍କ: ସମାଜବାଦୀ ପାର୍ଟି(ଏସପି) ମୁଖ୍ୟ ଅଖିଳେଶ ଯାଦବ ମହାକୁମ୍ଭରେ ବୁଡ଼ ପକାଇଛନ୍ତି। ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ଅଖିଳେଶ ବୁଡ଼ ପକାଇବା ପରେ ଏଠାକାର ପ୍ରସ୍ତୁତିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିଲେ। ଯାହାଫଳରେ ବିଜେପି ଅଖିଳେଶଙ୍କ ବୁଡ଼କୁ ସମାଲୋଚନା କରିଛି।
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ବିଳମ୍ବରେ ବୁଡ଼ ପକାଇବା ଅପେକ୍ଷା ଆଦୌ ନ ପକାଇବା ଭଲ। ଆଜି ଅଖିଳେଶଙ୍କର ବିଶ୍ଵାସ ଉଦୟ ହେଲା। ସେ ଅନାବଶ୍ୟକ ମନ୍ତବ୍ୟ ଦେବାଠରୁ ଦୂରେଇ ରହିବା ଉଚିତ। ସନତାନ ସମସ୍ତଙ୍କ ପାଇଁ ଏବଂ ଏଠାକାର ପ୍ରସ୍ତୁତି ବହୁତ ଭଲ। ସାରା ବିଶ୍ଵର କୋଣଅନୁକୋଣରୁ କିପରି ଲୋକମାନେ ଏଠାକୁ ଆସି ଏକତ୍ର ହେଉଛନ୍ତି ତାହା ଅଖିଳେଶ ବୋଧହୁଏ ପ୍ରଥମ ଥର ପାଇଁ ଦେଖିଲେ ବୋଲି ପାଠକ କହିଛନ୍ତି।
ସୂଚନାଯୋଗ୍ୟ, ଅଖିଳେଶ ମହାକୁମ୍ଭରେ ୧୧ ଥର ପବିତ୍ର ବୁଡ଼ ପକାଇବା ପରେ କୁମ୍ଭମେଳାର ଆଧ୍ୟାତ୍ମିକ ମର୍ମକୁ ସଂରକ୍ଷଣ କରାଯିବ ଦରକାର ବୋଲି କହିଥିଲେ। ଏହା ବିଶ୍ଵାସର ସ୍ଥାନ। ବିଭାଜନ ଏବଂ ନକରାତ୍ମକ ରାଜନୀତିର ସ୍ଥାନ ନୁହେଁ। ତେବେ ଏଠାକାର ପ୍ରସ୍ତୁତି ଅତ୍ୟନ୍ତ ଖରାପ ବୋଲି ଅଖିଳେଶ ମତ ଦେଇଥିଲେ। ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପାଠକ କଡ଼ା ସମାଲୋଚନା କରିଛନ୍ତି।



