www.samajalive.in
Friday, December 5, 2025
23.1 C
Bhubaneswar

ରିମାଣ୍ଡରେ ଆସିବ ମାଷ୍ଟର ମାଇଣ୍ଡ: ବିହାର ଯାଇଛି ସମ୍ବଲପୁର ପୁଲିସ୍ ଟିମ୍

ସମ୍ବଲପୁର : ବହୁଚର୍ଚ୍ଚିତ ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଲୁଟ୍ ମାମଲାରେ ଧିରେ ଧିରେ ଗୁମର ଫୁଟୁଛି। ଜେଲ ଭିତରେ ଥାଇ ବି କିପରି ଘଟଣାର ମାଷ୍ଟର ମାଇଣ୍ଡ ବାହାରେ ଏଭଳି ଯୋଜନା କରୁଥିଲା । ସମ୍ବଲପୁର ମାନ୍ନାପୁରମ୍ ଅଫିସରୁ ଟଙ୍କା ଏବଂ ସୁନା ଡାକାୟତି ଘଟଣାର ମାଷ୍ଟର ମାଇଣ୍ଡ ପଲ୍ଲୁ ସିଂ ଜେଲ ଭିତରେ ଥାଇ ବି ନିଜର ଗ୍ୟାଙ୍ଗ ଦ୍ଵାରା ଡକାୟତି କରାଉଥିଲା। ତେବେ ତାକୁ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସର ଏକ ଟିମ୍ ବିହାର ଯାଇଛି। ପଲ୍ଲୁ ସିଂ ଏବେ ପାଟନାର ବେହୁର ସେଣ୍ଟ୍ରାଲ ଜେଲରେ ରହିଛି। ସେ ହିଁ ସମ୍ବଲପୁର ଡାକୟତି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ତାର ଅନ୍ୟ ଜଣେ ମୁଖ୍ୟ ସହଯୋଗୀ ସୁବୋଧ ସିଂ କୋଲକାତାର ପ୍ରେସିଡେନ୍ସି ଜେଲରେ ଅଛି। ଜେଲ ଭିତରେ ଥାଇ ବି ଉଭୟ ଦେଶର ବିଭିନ୍ନ ସ୍ଥାନରେ ଅନୁରୂପ ଢଙ୍ଗରେ ସୁନା  ଓ ଟଙ୍କା ଲୁଟ୍ କରୁଥିଲେ। ସମ୍ବଲପୁର ପୁଲିସର ତଦନ୍ତକାରୀ ଅଧିକାରୀଙ୍କ ସମେତ ୮ ଜଣ ପାଟନା ଯାଇଛନ୍ତି। ପାଟନାର ଅତିରିକ୍ତ ସେସନ୍ସ କୋର୍ଟ ରୁ ମିଳିଥିବା ରିମାଣ୍ଡ ଅନୁମତି ଆଧାରରେ ପୁଲିସ ପଲ୍ଲୁ ସିଂ ଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣୁଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories