www.samajalive.in
Sunday, December 14, 2025
14.1 C
Bhubaneswar

ଆପଲ ଟ୍ରି ହୋଟେଲ ଏବଂ ରିସୋର୍ଟ୍ସର ଶୁଭ ଉଦଘାଟନ

ଡେସ୍କ: ଭୁବନେଶ୍ୱର ବାଇପାସ୍ ଆରମ୍ଭ ପୀତାପଲ୍ଲୀ ଠାରେ “ଆପଲ୍ ଟ୍ରି ହୋଟେଲ ଏବଂ ରିସୋର୍ଟ୍ସ”ର ଶୁଭ ଉଦଘାଟନ ହୋଇଛି। ଭାରତର ସର୍ବ ବୃହତ ଓପନ୍ ଏୟାର ଫୁଡ୍ କୋର୍ଟ ଭାବେ ପରିଗଣିତ ହେଉଥିବା ଏହି ଫୁଡ୍ କୋର୍ଟ ୨୪×୭ ପାଇଁ ଖୋଲା ରହିବ। ଗ୍ରାହକଙ୍କ ମନୋରଞ୍ଜନ ପାଇଁ ପ୍ରତ୍ୟେକ ଦିନ ଲାଇଭ କାର୍ଯ୍ୟକ୍ରମର ସୁବ୍ୟବସ୍ଥା ରହିଛି। ଏହି ହୋଟେଲ ୨ ଏକର ଜମିରେ ୧୫ ହଜାର ବର୍ଗଫୁଟ ବିଶିଷ୍ଟ ଫୁଡ୍ କୋର୍ଟ ଏବଂ ଭୋଜି ଲନ୍ ଓ ୨୨ ହଜାର ବର୍ଗଫୁଟ ବିଶିଷ୍ଟ ପାର୍କିଂ ସୁବିଧା ରହିଛି। ପ୍ରତ୍ୟେକ ରାଜ୍ୟର ଖାଦ୍ୟ ଏହି ଫୁଡ୍ କୋର୍ଟରେ ଉପଲବ୍ଧ ରହିଛି। ସବୁଜରେ ପରିପୂର୍ଣ୍ଣ ବାହ୍ୟ ପାହାଡିଆ ଦୃଶ୍ୟକୁ ଗ୍ରାହକ ବେଶ ଉପଭୋଗ କରିବା ସହିତ ଉତ୍ସାହ ମଧ୍ୟ ପାଇପାରିବେ।

ଏହି ରିସୋର୍ଟ୍ସର ଭୋଜି ଲନ୍ ବା ଇଭେଣ୍ଟ ପ୍ଲେସ୍ ବିସ୍ତୃତ ସବୁଜ ସ୍ଥାନଗୁଡ଼ିକ ଆଦର୍ଶ ପୃଷ୍ଠଭୂମି ଯୋଗାଇବ ଯେପରିକି ବିବାହ, ଜନ୍ମଦିନ ଉତ୍ସବରେ ଏକାଠି ହେବା ଏବଂ କର୍ପୋରେଟ୍ ଇଭେଣ୍ଟ ଇତ୍ୟାଦି। ଏହି ଆପଲ ଟ୍ରି ହୋଟେଲ ଓ ରିସୋର୍ଟ୍ସ ସମସ୍ତ ବର୍ଗର ଗ୍ରାହକଙ୍କ ପାଇଁ ସବୁ କ୍ଷେତ୍ରରେ ସୁବିଧା ହେବ ବୋଲି ପରିଚାଳନା ନିର୍ଦ୍ଦେଶକ ଅତସୀ ଦାସ ପ୍ରକାଶ କରିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

Related Articles

Popular Categories