www.samajalive.in
Monday, December 8, 2025
14.1 C
Bhubaneswar

ଯୁଦ୍ଧ ରୋକିବାକୁ ଚାହୁଁନାହାନ୍ତି ଜେଲେନ୍‌ସ୍କି: ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍‌ସ୍କିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରୁଷ ସହିତ ଯୁଦ୍ଧ ବନ୍ଦ ହେଉ ବୋଲି ଜେଲେନସ୍କି ଚାହୁଁ ନ ଥିବା ଟ୍ରମ୍ପ କହିଛନ୍ତି। ରୁଷ ଅତ୍ୟନ୍ତ ବଡ଼ ଏବଂ ଶକ୍ତିଶାଳୀ ରାଷ୍ଟ୍ର ବୋଲି ଜାଣିବା ସତ୍ତେ୍ବ ତା’ ବିରୋଧରେ ଯୁଦ୍ଧ କରିବାକୁ ଜେଲେନସ୍କି ଚାହୁଁଛନ୍ତି। ଏହା ପରିବର୍ତ୍ତେ ସେ ରୁଷ ସହିତ ଚୁକ୍ତି କରି ଯୁଦ୍ଧ ବନ୍ଦ କରିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଟ୍ରମ୍ପ କହିଛନ୍ତି ଯେ, ଜେଲେନସ୍କି ଏକ ବହୁତ ବଡ଼ ଏବଂ ବହୁ ଶକ୍ତିଶାଳୀ ରାଷ୍ଟ୍ର ସହିତ ଲଢ଼ୁଛନ୍ତି। ସେ ଏପରି କରିବା ଅନୁଚିତ। କାରଣ ଆମେ ଯୁଦ୍ଧ ବନ୍ଦ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା କରିପାରିବୁ। ମୁଁ ଅତି ସହଜରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ ପାଇଁ ବୁଝାମଣା କରାଇପାରିବି। କିନ୍ତୁ ଜେଲେନସ୍କି ଲଢ଼େଇ କରିବାକୁ ନିଷ୍ପତ୍ତି ନେଉଛନ୍ତି।

- Advertisement -

ଟ୍ରମ୍ପ କହିଥିଲେ ଯେ, ସେ ୨୦୨୨ରେ କ୍ଷମତାରେ ଥିଲେ ୟୁକ୍ରେନ ଯୁଦ୍ଧକୁ ଏଡ଼ାଇ ଦିଆଯାଇ ପାରିଥାଆନ୍ତା। ଟ୍ରମ୍ପଙ୍କ ଏହି ମନ୍ତବ୍ୟକୁ ଶୁକ୍ରବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସମର୍ଥନ କରିଛନ୍ତି। ପୁଟିନ ବିଭିନ୍ନ ସମସ୍ୟା ନେଇ ଟ୍ରମ୍ପଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories