www.samajalive.in
Sunday, December 14, 2025
23.1 C
Bhubaneswar

ଖୋଲିବ ହଂସିତା-ଅନିଲଙ୍କ ଯୁବତୀ ଚାଲାଣ ଗୁମର: ଜେରା କରିବ ସ୍ଵତନ୍ତ୍ର ଦଳ

ଭୁବନେଶ୍ବର : ଯୁବତୀ ଚାଲାଣ ପଛରେ ହଂସିତା ଅଭିଲିପ୍ସା-ଅନିଲ ମହାନ୍ତି ଯେଉଁ ରାକେଟ ଚଳାଇଥିଲେ ତା’ର ଗୁମର ଖୋଲିବ ପୁଲିସ। ଏହି ଠକ ଦମ୍ପତିଙ୍କୁ କମିସନରେଟ ପୁଲିସର ସ୍ପେଶାଲ କ୍ରାଇମ୍‌ ୟୁନିଟ୍‌ ଜେରା କରିବ। ଏଥିପାଇଁ ପୁଲିସ ଶୁକ୍ରବାର ରିମାଣ୍ଡ ଆବେଦନ କରିଛି। ଅଦାଲତଙ୍କ ଅନୁମତି ମିଳିବା ପରେ ହେପାଜତକୁ ଆଣି ପୁଲିସ ଉଭୟଙ୍କୁ ଜେରା କରିବ। କେଉଁ ବଡ଼ବଡ଼ିଆଙ୍କୁ ଯୁବତୀ ଯୋଗାଉଥିଲେ ସେ ସଂକ୍ରାନ୍ତ ତଥ୍ୟ ହାତେଇବା ଲାଗି ତଦନ୍ତକାରୀ ଦଳ ଉଦ୍ୟମ କରିବ। ବିଦେଶୀ ଯୁବତୀଙ୍କୁ ଆଣି କେଉଁମାନଙ୍କୁ ଜନ୍ମଦିନରେ ଉପହାର ଦେଉଥିଲେ ତା’ର ପ୍ରମାଣ ଖୋଜିବ ତଦନ୍ତକାରୀ ଦଳ। ଏଭଳି ଉପହାର ଦେବା ପଛରେ ଅନିଲ ହଂସିତାଙ୍କ ଉଦ୍ଦେଶ୍ୟ କ’ଣ ଥିଲା ତାହା ଜାଣିବାକୁ ଚାହିଁଛି ପୁଲିସ। ଅନ୍ୟପଟେ ଘଟଣାରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଜାରି ରଖିଛନ୍ତି। ଦମ୍ପତିଙ୍କ ବେହିସାବ କୋଟି କୋଟି ଟଙ୍କା କାରବାରର ଆୟକର ଓ ଇଡି ଖୋଳତାଡ଼ ଜାରି ରଖିଛନ୍ତି।
ଗିରଫ ହାଇପ୍ରୋଫାଇଲ ଠକ ଦମ୍ପତି କେମିତି ଠକେଇ କରୁଥିଲେ ତା’ର ଗୋଟିଏ ପରେ ଗୋଟିଏ ତଥ୍ୟ କାଢୁଛି କମିସନରେଟ ପୁଲିସ। ଉଭୟ କେମିତି ଠକେଇ କରୁଥିଲେ ତାହା ଜାଣିପାରିଛି ତଦନ୍ତକାରୀ ଦଳ। ସ୍ପେଶାଲ କ୍ରାଇମ ୟୁନିଟ୍‌ ମାମଲାର ତଦନ୍ତ କରୁଛି। ପୂର୍ବରୁ ଦିନିକିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ତଦନ୍ତକାରୀ ଦଳ ହାସଲ କରିଥିଲା। ଏହି ତଥ୍ୟ ତଦନ୍ତ ଆଗକୁ ବଢ଼ିବାରେ ସହାୟକ ହେବ ବୋଲି ପୁଲିସ ଆୟୁକ୍ତ ସୁରେଶ ଦେବଦତ୍ତ ସିଂହ କହିଥିଲେ। ଠକ ଦମ୍ପତିଙ୍କ ଆକାଉଣ୍ଟରୁ ପ୍ରାୟ ୨୦୦ କୋଟି ଟଙ୍କା କାରବାର ହୋଇଥିବା ଆୟକର ବିଭାଗ ଜାଣିବାକୁ ପାଇଥିଲା। ଟିକସ ଫାଙ୍କିବା ଲାଗି କିଛି ଅର୍ଥ ନଗଦ କାରବାର ହୋଇଥିବା ତଦନ୍ତକାରୀ ସଂସ୍ଥା ଜାଣିବାକୁ ପାଇଛି। ଅନ୍ୟପଟେ ଇଡିର ଏକ ଦଳ ଦମ୍ପତିଙ୍କ ସମ୍ପତ୍ତିକୁ ନେଇ ତଦନ୍ତ ଜାରି ରଖିଛନ୍ତି। ମାତ୍ର ଦୁଇ ବର୍ଷରେ ଠକ ଦମ୍ପତି କୋଟି ‌େ‌କାଟି ଟଙ୍କା ସମ୍ପତ୍ତିର ମାଲିକ ହୋଇପାରିଛନ୍ତି, ଏସବୁ ଦେଖି ତଦନ୍ତକାରୀ ସଂସ୍ଥା ଆଶ୍ଚର୍ଯ୍ୟ ହୋଇଛି। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ଝିଅ ଜ୍ୱାଇଁ ପରିଚୟ ଦେଇ ସେମାନେ ବଡ଼ବଡ଼ିଆଙ୍କ ପାଖକୁ ଯାଉଥିଲେ। ମଧ୍ୟସ୍ଥତା ସାଜି କାହାର ବଦଳି ତ’ ଆଉ କାହାକୁ ଟେଣ୍ଡର ଦେବା ପରି କାମ କରୁଥିଲେ। ଏଥିପାଇଁ ସେମାନେ ମୋଟା ଅଙ୍କର ଟଙ୍କା ନେଉଥିଲେ। ସେହି ଟଙ୍କାରେ କୋଟି କୋଟି ଟଙ୍କାର କାର୍‌ କିଣି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଥିଲେ। ମଧ୍ୟବିତ୍ତ ପରିବାରରୁ ଆସିଥିବା ହଂସିତା କେଉଁଭଳି ଭାବରେ ଏତେ ସମ୍ପତ୍ତିର ମାଲିକ ହୋଇପାରିଲେ ତା’ର ଉତ୍ସ ଖୋଜୁଛନ୍ତି ତଦନ୍ତକାରୀ ସଂସ୍ଥା। ଉଭୟଙ୍କ ଠକେଇ ରାକେଟରେ ୮ରୁ ୧୦ ଜଣ ବିଲ୍ଡର, ୨ ଜଣ ସୁନା ବ୍ୟବସାୟୀ ଓ ରାଜନେତାଙ୍କ ସମ୍ପୃକ୍ତି ଥିବା ତଦନ୍ତକାରୀ ହାତରେ ପ୍ରମାଣ ଲାଗିଛି। ଉଭୟଙ୍କ ସହିତ ସମ୍ପର୍କରେ ଥିବା ବ୍ୟବସାୟୀଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଆୟକର ବିଭାଗ ଯୋଜନା କରିଛି।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories