www.samajalive.in
Monday, December 8, 2025
13.1 C
Bhubaneswar

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା: ଏଥର ବଢିଛି କୁମ୍ଭୀର ସଂଖ୍ୟା

ରାଜନଗର : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କୁଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ଗଣନା ଶେଷ ହୋଇଛି। ମୋଟ ୧୮୨୬ଟି କୁମ୍ଭୀର ଥିବା ଜଣାପଡ଼ିଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ କୁମ୍ଭୀର ସଂଖ୍ୟାରେ ୧୫ଟି ବୃଦ୍ଧି ଘଟିଛି। ରାଜନଗର ବନଖଣ୍ଡର କନିକା, ରାଜନଗର, ମହାକାଳପଡ଼ା ଓ ଗହୀରମଥା ରେଞ୍ଜରେ କୁମ୍ଭୀର ଗଣନା କରାଯାଇଥିଲା। ଜାତୀୟ ଉଦ୍ୟାନ ତଥା ରାଜନଗର ବନଖଣ୍ଡରେ ଥିବା ୬୧ଟି ନଦୀ, ନାଳ ଓ ମୁହାଁଣରେ ୨୨ଟି ଦଳ ଜାନୁୟାରୀ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କରିଥିଲେ। କୁମ୍ଭୀର ଗଣନାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଜାନୁୟାରୀ ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ, ବିଶିଷ୍ଟ ପ୍ରାଣୀବିଜ୍ଞାନୀ ତଥା କୁମ୍ଭୀର ବିଶାରଦ ଡଃ ସୁଧାକର କର ଓ ପ୍ରାଣୀ ବିଜ୍ଞାନୀ ଡ. ଶିବପ୍ରସାଦ ପରିଡ଼ା, ଡିସିଏଫ ସମ୍ୟକ ସାମନ୍ତରା, ଏସିଏଫ ପୁନମହୀରା ହାଂସଦା, ଗଗନବିହାରୀ ମଲ୍ଲିକ ଓ ମାନସକୁମାର ଦାସ, ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେଉରା, ମହାକାଳପଡ଼ା ରେଞ୍ଜ ଅଫିସର ଶାନ୍ତନୁକୁମାର ଦଳାଇ ପ୍ରମୁଖଙ୍କ ତତ୍ତ୍ବାବଧାନରେ କୁମ୍ଭୀର ଗଣନା କରାଯାଇଥିଲା। ଚଳିତବର୍ଷ ହାଚେଲିଂ ୫୮୫, ୟାର୍ଲେଲିଂ ୪୦୩, ଜୁଭେନାଇଲ ୩୨୮, ସବଆଡଲ୍ଟ୧୬୪, ଆଡଲ୍ଟ  ୩୪୬ଟି କୁମ୍ଭୀର ଥିବା ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ, ୨୦୦୯-୧୦ରେ ୧୬୧୦ କୁମ୍ଭୀର, ୨୦୧୦-୧୧ରେ ୧୬୫୪, ୨୦୧୧-୧୨ରେ ୧୬୪୬, ୨୦୧୨-୧୩ରେ ୧୬୪୯, ୨୦୧୩-୧୪ରେ ୧୬୬୫, ୨୦୧୫-୧୬ରେ ୧୬୭୧, ୨୦୧୬-୧୭ରେ ୧୬୮୨, ୨୦୧୭-୧୮ରେ ୧୬୯୮, ୨୦୧୮-୧୯ ରେ ୧୭୪୨, ୨୦୧୯-୨୦ରେ ୧୭୫୭, ୨୦୨୦-୨୧ରେ ୧୭୬୮, ୨୦୨୧-୨୨ ରେ ୧୭୮୪, ୨୦୨୨-୨୩ରେ ୧୭୯୩ ଓ ୨୦୨୩-୨୦୨୪ରେ ୧୮୧୧ ଟି କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଥିଲା।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories