www.samajalive.in
Saturday, December 6, 2025
17.1 C
Bhubaneswar

ସନ୍ତୋଷ ସିଂ ସାଲୁଜାଙ୍କ ବିସ୍ଫୋରକ ବୟାନ, ହତ୍ୟା ପୂର୍ବରୁ ସ୍ୱର୍ଗତ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂ ସାଲୁଜା ବିସ୍ଫୋରକ ବୟାନ ଦେଇଛନ୍ତି। ଶ୍ରୀ ସାଲୁଜା କହିଛନ୍ତି ଯେ ହତ୍ୟା ପୂର୍ବରୁ ସ୍ୱର୍ଗତ ନବ ଦାସଙ୍କୁ କୋଲ୍‌‌ ବ୍ଲକରୁ ଦୂରେଇ ରହିବାକୁ କୁହାଯାଇଥିଲା। ସେତେବେଳର ଏସପି ଓ ଜିଲାପାଳ ଦୂରୋଇ ରହିବାକୁ ତାଙ୍କୁ କହିଥିଲେ। ତେବେ ସେମାନଙ୍କୁ କିଏ ଚାପ ପକାଇଥିଲା ସେମାନେ ଦୁଇ ଜଣ ହିଁ କହିପାରିବେ। ସ୍ୱର୍ଗତ ନବ ଦାସଙ୍କ ହତ୍ୟା ଷଡ଼ଯନ୍ତ୍ର ପଛରେ କିଏ ରହିଛି ତାହା ସିବିଆଇ ତଦନ୍ତ ହେଲେ ସେହି ଦୁଇ ଅଫିସର କହିପାରିବେ। ସେତେବେଳ ମୁଁ ବିଧାନସଭାରେ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲି। ଏବେ ବି ମୁଁ ସିବିଆଇ ତଦନ୍ତ ହେଲେ ଷଡ଼ଯନ୍ତ୍ର ପଦାକୁ ଆସିପାରିବ କହୁଛି। ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୋପାଳ ହତ୍ୟା କରିଥିଲା ନା ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିଲା ତାହା ସିବିଆଇ ତଦନ୍ତରୁ ଜଣାପଡ଼ିବ ବୋଲି ଶ୍ରୀ ସାଲୁଜା ପ୍ରକାଶ କରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories