www.samajalive.in
Sunday, December 14, 2025
26.1 C
Bhubaneswar

ଦକ୍ଷତାର ବିକାଶ ପାଇଁ ପ୍ରୟାସ ଜାରି ରଖିବା ଉଚିତ

ଫୁଲବାଣୀ :ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ଏକ ସ୍ୱତନ୍ତ୍ର ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପବ୍ଲିକ ସ୍କୁଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟତଃ ଯୁବପିଢ଼ିଙ୍କ ପାଇଁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ତାଲିମ୍ ସଂପର୍କରେ ସାଧନକର୍ମୀ ସନ୍ଧ୍ୟାରାଣୀ ମହାନ୍ତି, ପ୍ରଦୀପ ସ୍ୱାଇଁ ଏବଂ ପାନୁଏଲ୍ ଦିଗାଲ୍ ଆଲୋଚନା କରିଥିଲେ। ସଭାପତି ବିପ୍ରଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲା ସୁରକ୍ଷା ଅଧିକାରୀ ଯୋଗଦେଇଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନବିକ ମୁଲ୍ୟବୋଧର ବିକାଶ ଉପରେ ପ୍ରାଧାନ୍ୟ ଦେଇ ଜିଲା ସୁରକ୍ଷା ଅଧିକାରୀ କହିଥିଲେ ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ଦକ୍ଷତାର ବିକାଶ ପାଇଁ ପ୍ରୟାସ ଜାରି ରଖିବା ଉଚିତ, ଫଳରେ ଏହା ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବାରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସନ୍ତୋଷ କୁମାର ପାଢୀ ଅନେକ ଉପାଦେୟ ଉଦାହରଣ ମାଧ୍ୟମରେ ନିଜ ମଧ୍ୟରେ ଥିବା କୌଶଳର ବିକାଶ ପାଇଁ ଆଗ୍ରହ ଓ ନିଷ୍ଠା ରଖିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ସଂପାଦକ ବିଜୟ କୃଷ୍ଣ ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ରୋଟାରୀଆନ୍ ସର୍ବେଶ୍ୱର ମିଶ୍ର, ପଦ୍ମଚରଣ ସ୍ୱାଇଁ, ରବି ନାରାୟଣ ସୁବୁଦ୍ଧି, ପ୍ରକାଶ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ, ବିରଜା ନାହାକ, ବାବୁଲା ସାହୁ, ସନ୍ତୋଷ ପଣ୍ଡା, ଉପେନ୍ଦ୍ର ମହାପାତ୍ର, ରୂପକ ମହାନ୍ତିଙ୍କ ସମେତ ବହୁ ଶିକ୍ଷକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories