www.samajalive.in
Sunday, December 14, 2025
14.1 C
Bhubaneswar

ନିମ୍ନମାନର କାର୍ଯ୍ୟ ଅଭିଯୋଗ, ଉପଜିଲାପାଳଙ୍କୁ ସ୍ମାରକପତ୍ର

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ ସମସରପୁର ଗ୍ରାମରେ ବିଜେ ଶ୍ରୀ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଦେଵଙ୍କର ମନ୍ଦିର ଓ ସଂଲଗ୍ନ ମଣ୍ଡପ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ  ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଏହାର ତଦନ୍ତ ଦାବି ନେଇ ୬୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ସୋମବାର ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର  ପ୍ରଦାନ କରିଛନ୍ତି । ଏହି ମନ୍ଦିର ନିର୍ମାଣ ପାଇଁ ବିଧାୟକ ନିଜ ହାତପାଣ୍ଠିରୁ ୭ ଲକ୍ଷ ୯୮ ହଜାର ଟଙ୍କା ମଞ୍ଜୁର କରିଥିଲେ ଏବଂ ଏହାର ନିର୍ମାଣ ପାଇଁ ବ୍ଲକ ପକ୍ଷରୁ ଜଣେ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ଯଦେଶ  ଦିଆଯାଇଥିଲା । ମାତ୍ର ଯନ୍ତ୍ରୀଙ୍କ ବଦଳରେ ସ୍ଥାନୀୟ ଜଣେ ଠିକାଦାର ଏହି କାମ କରୁଥିଲେ । ନିମ୍ନମାନର ନିର୍ମାଣ ହେତୁ ୧୫ ଦିନ ନଯାଉଣୁ ଏଥିରୁ ସିମେଣ୍ଟ ଓ କଂକ୍ରିଟ ଛେଲା ଖସି ପଡୁଛି। ଏସଂକ୍ରାନ୍ତରେ ବ୍ଲକରେ ଅଭିଯୋଗ କରିବାରୁ ଵ୍ଲକ ସହକାରୀ ନିର୍ଵାହୀ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସିମେଣ୍ଟ କଂକ୍ରିଟର ମାନ ନିର୍ଦ୍ଧାରଣ ପାଇଁ  ଗବେଷଣାଗାରକୁ ପଠାଇବେ ଵୋଲି ଗ୍ରାମବାସୀଙ୍କୁ ଆଶ୍ଵସନା ଦେଇଥିଲେ। ମାତ୍ର ୫ଦିନ ବିତି ଯାଇଥିଲେ ମଧ୍ୟ ଏହା ନହେଵାରୁ ଗ୍ରାମବାସୀ ସନ୍ଦେହ ପ୍ରକାଶ କରି ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି କାର୍ଯ୍ୟର ଠିକ୍ ଭାବେ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ସମସରପୁର ଗ୍ରାମର ଶରତ ଚନ୍ଦ୍ର ମନ୍ତ୍ରୀ, ସୁଧାକର ପ୍ରଧାନ, ଗଦାଧର ପ୍ରଧାନ, ବ୍ରଜବନ୍ଧୁ ଗଣ୍ଠିଆଙ୍କ ନେତୃତ୍ଵରେ ଗ୍ରାମବାସୀ ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ପ୍ରଦାନ କରିଥିଲେ ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories