www.samajalive.in
Friday, December 12, 2025
15.1 C
Bhubaneswar

ବରଗଡ଼ କୁର୍ଲା ଜଙ୍ଗଲରୁ ଆହତ ଯୁବତୀ ଉଦ୍ଧାର ଘଟଣା: ଦୁଷ୍କର୍ମ ହୋଇ ନ ଥିବା ରିପୋର୍ଟରେ ସ୍ପଷ୍ଟ

ବୁର୍ଲା: ବରଗଡ଼ କୁର୍ଲା ଜଙ୍ଗଲରୁ ଆହତ ଅବସ୍ଥାରେ ଯୁବତୀ ଉଦ୍ଧାର ଘଟଣା ସୋମବାର ଏକ ନୂଆ ମୋଡ଼ ନେଇଛି। ଘଟଣାକୁ ନେଇ ରାଜନୈତିକ କ୍ଷେତ୍ରରେ ବିରୋଧୀ ଦଳ ସରକାରୀ ଦଳ ଉପରେ ଦୋଷ ଲଦୁଥିବାବେଳେ ଆଜି ଆସିଛି ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ। ଯୁବତୀଙ୍କୁ ଦୁଷ୍କର୍ମ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି ବୁର୍ଲା ଭିମସାର ମେଡିକାଲ ଅଧିକ୍ଷକ ପ୍ରଫେସର ଲାଲମୋହନ ନାୟକ। ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଥିବାବେଳେ ଖୁବଶୀଘ୍ର ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ଡା. ନାୟକ ସୂଚନା ଦେଇଛନ୍ତି। ସେପଟେ ଏହି ଘଟଣା ପୁଣି ଆଗକୁ ବିବାଦୀୟ ହେବା ଆଶଙ୍କା ରହିଛି।

ବରଗଡ଼ କୁର୍ଲା ଜଙ୍ଗଲରୁ କ୍ଷତାକ୍ତ ଯୁବତୀ ଉଦ୍ଧାର ଘଟଣାରେ ଆଜି ଭୀମସାର ଅଧିକ୍ଷକ ଦୁଷ୍କର୍ମ ହୋଇନଥିବା ସୂଚନା ଦେଇଛନ୍ତି। ଯୁବତୀଙ୍କୁ ଦୁଷ୍କର୍ମ କିମ୍ବା ଗଣଦୁଷ୍କର୍ମ ହୋଇନାହିଁ। ମହିଳାଙ୍କ ଦେହରେ ହୋଇଥିବା କ୍ଷତ ଚିହ୍ନ ଧିରେ ଧିରେ ଶୁଖିବାରେ ଲାଗିଛି। ଆଗ ଅପେକ୍ଷା ତାଙ୍କ ସ୍ଵାସ୍ଥ୍ୟାବସ୍ଥା ବେଶ୍ ଭଲ ରହିଛି। ଭୀମସାରର ୪ଟି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଯୁବତୀଙ୍କ ଚିକିତ୍ସା କରିଥିଲେ। ଖୁବଶୀଘ୍ର ସେ ମେଡିକାଲରୁ ଡିସ୍‌ଚାର୍ଜ ହେବେ ବୋଲି ଭୀମସାର ଅଧିକ୍ଷକ ଲାଲ ମୋହନ ନାଏକ ସୂଚନା ଦେଇଛନ୍ତି। ସେପଟେ ମେଡିକାଲ ରିପୋର୍ଟ ଆସିବା ପରେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ପୀଡ଼ିତାଙ୍କ ଭଉଣୀ। ମୁଁ ଏପର୍ଯ୍ୟନ୍ତ ରିପୋର୍ଟ ଦେଖିନାହିଁ କିମ୍ବା ମୋତେ ଏ ସମ୍ପର୍କରେ କେହି କହି ନାହାନ୍ତି। ଏପର୍ଯ୍ୟନ୍ତ ମୋ ଭଉଣୀ ମନେ ପକାଇ ପାରୁନାହିଁ ସେ ଦିନର ଘଟଣା। ବର୍ତମାନ ସେ ଆଜି ଅଳ୍ପ ଚାଲିଛି। ଆଗ ଅପେକ୍ଷା ଏବେ ଟିକେ ଭଲ ଅଛି। ତେବେ ପୁଲିସ ତୁରନ୍ତ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ଭଉଣୀ। ଅପରପକ୍ଷେ ଯଦି ତାଙ୍କ ସହିତ କୌଣସି ଅଘଟଣ ଘଟିନାହିଁ କିପରି ଭାବରେ ଯୁବତୀଜଣକ ଜଙ୍ଗଲ ଯାଇଥିଲେ ଏବଂ ଏପରି ଭାବରେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହେଲେ ସେନେଇ ସ୍ଥାନୀୟ ମହଲରେ ବେଶ୍ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଯୁବତୀ ଜଣକ ଧନୁଯାତ୍ରା ଦେଖି ଆସୁଥିବା ସମୟରେ ନିଖୋଜ ହେବା ପରେ କ୍ଷତାକ୍ତ ଅବସ୍ଥାରେ କୁର୍ଲା ଜଙ୍ଗଲରୁ ଉଦ୍ଧାର ହୋଇଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories