www.samajalive.in
Saturday, December 6, 2025
16.1 C
Bhubaneswar

ସାପ୍ତାହିକ ହାଟଗୁଡ଼ିକରେ ଚାଲିଛି କୁକୁଡ଼ା ଲଢେଇ ଓ ଜୁଆ ଖେଳ, ସବୁ ଜାଣି ନିଦାବିଷ୍ଣୁ ସାଜିଛି ପୁଲିସ

ଠାକୁରମୁଣ୍ଡା: ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟଗୁଡ଼ିକରେ ଚାଲିଛି କୁକୁଡ଼ା ଲଢେଇ ଓ ଜୁଆ ଖେଳ। କୁକୁଡ଼ା ଲଢେଇରେ ହଜାର ହଜାର ଟଙ୍କାର ବାଜି ଲାଗୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଥାନା କିମ୍ବା ପୁଲିସ ପାଖରେ ଏ ସମ୍ପର୍କରେ ଖବର ନାହିଁ, ସାପ୍ତାହିକ ହାଟରେ ମଝିରେ ଏପରି ଖୁଲମଖୁଲା ଚାଲିଛି ଜୁଆଖେଳ। ଜୁଆ ଏବଂ କୁକୁଡ଼ା ଲଢେଇର ଆସରା ବେସ୍ ଜମୁଛି। ଏସବୁ ସମସ୍ତଙ୍କ ସାମ୍ନାରେ ପୁରା ଖୋଲାମେଲାରେ ଚାଲିଥିଲେ ମଧ୍ୟ ସବୁ ଜାଣି ନିଦାବିଷ୍ଣୁ ସାଜିଛି ପୁଲିସ। ମହୁଲଡିହା ଓ ଠାକୁରମୁଣ୍ଡା ଥାନା ଅଧିନରେ ଥିବା ବିଭିନ୍ନ ସାପ୍ତାହିକ ହାଟମାନଙ୍କରେ ଚାଲିଛି ଖୋଲାଖୋଲି ଜୁଆଖେଳ।

ଏହି ଜୁଆଖେଳ ସ୍ଥାନୀୟ ଭାଷାରେ ଧୁଣ୍ଡି ପାଲି ଖେଳ ନାଁରେ ଜଣାଶୁଣା। ଖୋଲାଖୋଲି ହାଟ ଭିତରେ ଏହି ଖେଳ ଚାଲିଥିବା ବେଳେ ପ୍ରତ୍ୟେକ ହାଟ ବାରିରେ ହଜାର ହଜାର ଟଙ୍କା ଏହି ଜୁଆଖେଳରେ ଉଡାଯାଉଛି। ହେଲେ ପୁଲିସ ଚଢାଉ କରୁନାହିଁ କିମ୍ବା ଜୁଆଖେଳକୁ ବନ୍ଦ କରୁନାହିଁ । ଯାହାଫଳରେ ଏହି ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ଅପରାଧ ମଧ୍ୟ ହେଉଥିବା ଦେଖାଯାଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories