www.samajalive.in
Friday, December 5, 2025
26.1 C
Bhubaneswar

ଖୋ ଖୋରେ ନୂଆ ଅଧ୍ୟାୟ : ଭାରତ ପ୍ରଥମ ବିଶ୍ବ ଚମ୍ପିଆନ୍‌

ନୂଆଦିଲ୍ଲୀ : ଇତିହାସ ରଚିଛନ୍ତି ଭାରତୀୟ ପୁୁରୁଷ ଓ ମହିଳା ଖୋଖୋ ଦଳ। ଖୋଖୋ ବିଶ୍ବକପ ପ୍ରଥମ ସଂସ୍କରଣରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଆୟୋଜକ ଭାବେ ଭାରତୀୟ ପୁରୁଷ ଓ ମହିଳା ଦଳ ଚମତ୍କାର ଖୋଖୋ ଖେଳି ପ୍ରଥମ ସଂସ୍କରଣ ଟ୍ରଫି ଜିତିବାରେ ସଫଳ ହୋଇଛି। ଏଥି ସହିତ ପାରମ୍ପାରିକ କ୍ରୀଡ଼ା ଖୋଖୋ ନୂଆ ପରିଚୟ ପାଇଛି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିୟମରେ ଆୟୋଜିତ ଉକ୍ତ ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବର୍ଗ ଫାଇନାଲ ଖେଳାଯାଇଥିଲା। ପୁରୁଷ ବର୍ଗରେ ଭାରତ ୧୮ ପଏଣ୍ଟ ରେ ନେପାଳକୁ ଓ ମହିଳା ବଗରେ ଭାରତ ୩୮ ପଏଣ୍ଟ  ପଏଣ୍ଟରେ ନେପାଳକୁ ପରାସ୍ତ କରି ଚମ୍ପିଆନ ହୋଇଛି। ପୁରୁଷ ବର୍ଗ ଫାଇନାଲରେ ଅାଟାକିଂ କରିଥିବା ଭାରତ ପ୍ରଥମ ଟର୍ଣ୍ଣରେ ୨୬-୦ରେ ଆଗୁଆ ରହିଥିଲା। ଦ୍ବିତୀୟ ଟର୍ଣ୍ଣରେ ନେପାଳ ୧୮ ପଏଣ୍ଟ ହାସଲ କରିଥିଲା। ଦ୍ବିତୀୟ ଟର୍ଣ୍ଣ ଶେଷ ସୁଦ୍ଧା ଭାରତ ୨୬-୧୮ରେ ଆଗୁଆ ରହିଥିଲା। ତୃତୀୟ ଟର୍ଣ୍ଣରେ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରି ୨୮ ପଏଣ୍ଟ ହାସଲ କରିଥିଲା। ତୃତୀୟ ଟର୍ଣ୍ଣ ସୁଦ୍ଧା ଭାରତ ୫୪-୧୮ରେ ଆଗୁଆ ରହିଥିଲା। ଅନ୍ତିମ ଟର୍ଣ୍ଣରେ ନେପାଳ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଭାରତ ମ୍ୟାଚକୁ ଭାରତ ୫୪-୩୬ ପଏଣ୍ଟରେ ଜିତି ଚମ୍ପିଆନ ହୋଇଥିଲା। ଲିଗ୍‌ ପର୍ଯ୍ୟାୟରେ ଭାରତୀୟ ପୁରୁଷ ଦଳ ୫ ପଏଣ୍ଟରେ ନେପାଳକୁ, ୩୦ ପଏଣ୍ଟରେ ବ୍ରାଜିଲକୁ, ୩୨ ପଏଣ୍ଟରେ ପେରୁ ଓ ୩୭ ପଏଣ୍ଟରେ ଭୁଟାନକୁ ପରାସ୍ତ କରି ଗ୍ରୁପ ଚମ୍ପିଆନ ସହ କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା।କ୍ବାର୍ଟର ଫାଇନାଲରେ ୬୦ ପଏଣ୍ଟରେ ଶ୍ରୀଲଙ୍କାକୁ ଓ ସେମିଫାଇନାଲରେ ୧୮ ପଏଣ୍ଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ରବିବାର ଖେଳାଯାଇଥିବା ମହିଳା ବର୍ଗ ଫାଇନାଲରେ ଆୟୋଜକ ଭାରତ ୪୦ ପଏଣ୍ଟରେ ନେପାଳକୁ ପରାସ୍ତ କରି ଚମ୍ପିଆନ ହୋଇଛି। ଭାରତ ଆଟାକିଂ ଓ ଡିଫେନ୍ସ ବିଭାଗରେ ଚମତ୍କାର ପ୍ରଦର୍ଶନ ସହ ନେପାଳକୁ ପରାସ୍ତ କରିଥିଲା। ପ୍ରଥମ ଟର୍ଣ୍ଣରେ ଭାରତ ଆଟାକିଂ କରିବ। ସହ ୩୪ -୦ରେ ଆଗୁଆ ରହିଥିଲା। ଦ୍ବିତୀୟ ଟର୍ଣ୍ଣରେ ନେପାଳ ଆଟାକିଂ କରିଥିଲା। ଦ୍ବିତୀୟ ଟର୍ଣ୍ଣ ସୁଦ୍ଧା ଭାରତ ୩୭-୨୪ରେ ଆଗୁଆ ରହିଥିଲା। ତୃତୀୟ ଟର୍ଣ୍ଣରେ ଭାରତ ଆଟାକିଂ କରିବା ସହ ୩୬ ପଏଣ୍ଟ ହାସଲ କରିଥିଲା। ତୃତୀୟ ଟର୍ଣ୍ଣ ସୁଦ୍ଧା ଭାରତ ୭୩-୨୪ରେ ଆଗୁଅା ରହିଥିଲା। ଅନ୍ତିମ ଟର୍ଣ୍ଣରେ ନେପାଳ ଆଟାକିଂ କରିଥିଲେ ମଧ୍ୟ ଭାରତ ଚମତ୍କାର ଡିଫେନ୍ସ କରିଥିଲା। ନେପାଳ ଅନ୍ତିମ ଟର୍ଣ୍ଣରେ ୧୬ ପଏଣ୍ଟ ଓ ଭାରତ ୫ ପଏଣ୍ଟ ହାସଲ କରିଥିଲା। ଶେଷରେ ଭାରତ ମ୍ୟାଚକୁ ୭୮-୪୦ରେ ଜିତି ଚମ୍ପିଆନ ହୋଇଥିଲା। ମହିଳା ବର୍ଗ ଲିଗ୍‌ ମ୍ୟାଚରେ ଭାରତ ୧୫୭ ପଏଣ୍ଟରେ ଦକ୍ଷିଣ କୋରିଆକୁ, ୮୪ ପଏଣ୍ଟରେ ଇରାନକୁ, ୮୦ ପଏଣ୍ଟରେ ମାଲେସିଆକୁ ପରାସ୍ତ କରି କ୍ବାର୍ଟର ଫାଇନାଲରେ ପହଞ୍ଚିଥିଲା। କ୍ବାର୍ଟର ଫାଇନାଲରେ ୯୩ ପଏଣ୍ଟରେ ଓ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୦ ପଏଣ୍ଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories