www.samajalive.in
Sunday, December 14, 2025
16.1 C
Bhubaneswar

ଜାନୁୟାରୀ ୩୧ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ଆଞ୍ଜେଲ’

ଭୁବନେଶ୍ବର : ଶୁଭମ ସିନେ ପ୍ରଡ଼କସନ ବ୍ୟାନରରେ ନିର୍ମିତ, ସଂଘମିତ୍ରା ବେହେରାଙ୍କ ପ୍ରଯୋଜିତ ସସ୍ପେନ୍ସ, ଥ୍ରୀଲର ଭରା ଓଡ଼ିଆ ଚଳଚ୍ଚିତ୍ର “ଆଞ୍ଜେଲ” ର ଟିଜର ଏବଂ ମ୍ୟୁଜିକ୍ ରିଲିଜ୍ ହୋଇଛି । ଏହି ଅବସରରେ ପ୍ରଯୋଜିକା ସଂଘମିତ୍ରା ବେହେରା, ଲେଖକ ତଥା ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପ୍ରଧାନ, ସଙ୍ଗୀତ ନିର୍ଦ୍ଦେଶକ ଅଶେଷ ଦାସ, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ, ଅଭିନେତା ପାର୍ଥସାରଥୀ, ପ୍ରସନଜିତ ମହାପାତ୍ର, ଅଭିନେତ୍ରୀ କାବ୍ୟା କିରଣ, ସାଇ ତ୍ରିଷ୍ଣା (ଶିଶୁ କଳାକାର), କଣ୍ଠଶିଳ୍ପୀ ଆଶୀଷ ପ୍ରଧାନ, ଚଳଚ୍ଚିତ୍ର ପ୍ରଯୋଜକ ଟୁଟୁ ନାୟକ, ରବୀନ୍ଦ୍ର ପଣ୍ଡା, ଅତୀଶ କୁମାର ରାଉତ, ତପନ ଦାଶ, ସ୍ଥିତ ପଟ୍ଟନାୟକ, ଅଭିନେତା ସୁକାନ୍ତ ରଥଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ବନ୍ଧୁଗଣ ଉପସ୍ଥିତ ଥିଲେ ।

ଏବେ ଓଡ଼ିଆ ଫିଲ୍ମର ଧାରା ବଦଳିବା ସହିତ କାହାଣୀ ହିଁ ମୁଖ୍ୟ ନାୟକ ସାଜିଛି । ଅନେକ ବର୍ଷ ପରେ ଓଡ଼ିଆ ଫିଲ୍ମ ପ୍ରତି ଦର୍ଶକ ପ୍ରେକ୍ଷାଳୟ ମୁହାଁ ହୋଇଛନ୍ତି । ବିଗତ  ଦିନରେ ଦର୍ଶକ ବିଭିନ୍ନ ମୌଳିକ କାହାଣୀ ଆଧାରିତ ଚଳଚ୍ଚିତ୍ରଗୁଡିକୁ ବେଶୀ ପସନ୍ଦ କରୁଥିବାରୁ ଓଲିଉଡ଼ର ସିନେ ନିର୍ମାତା ଠିକ୍ ସେଇଭଳି ରୁଚିର ସିନେମା ଗୋଟିଏ ପରେ ଗୋଟିଏ ନିର୍ମାଣ କରି ଚାଲିଛନ୍ତି। “ଆଞ୍ଜେଲ” ନାଁ ରୁ କିଛି ନିଆରା ହେଇଥିବ ଏକଥା ଦର୍ଶକ ଅନୁମାନ କରିପାରୁଥିବେ ବୋଲି ନିର୍ମାତା କହିଛନ୍ତି।

- Advertisement -

ତେବେ ଆଞ୍ଜେଲର କାହାଣୀ ଏପରି; ଜଣେ ସାହସୀ ପୋଲିସ ଅଧିକାରୀ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ୮ ବର୍ଷର ଝିଅକୁ ତାଙ୍କ ବାସଭବନରୁ ଅପହରଣ କରାଯାଇଛି ଏବଂ ବିଭାଗର ଖ୍ୟାତି କୁ ବଞ୍ଚାଇରଖିବା ପାଇଁ ୨୪ଘଣ୍ଟା ମଧ୍ୟରେ ମାଷ୍ଟରମାଇଣ୍ଡକୁ ଧରିବା ପୋଲିସ ବିଭାଗ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି । କିଏ କରିଛି ଏ ଅପହରଣ ଏବଂ କାହିଁକି କରିଛି ? ସୂର୍ଯ୍ୟକାନ୍ତ ମାଷ୍ଟରମାଇଣ୍ଡକୁ ଧରି ପାରିବେ ତ ? ସିନେମାରେ କାହାଣୀର ରହସ୍ୟ ଉନ୍ମୋଚିତ ହେବ ଆସନ୍ତା ନୂଆ ବର୍ଷ ଆରମ୍ଭରେ । ଏକ ସସପେନ୍ସ ଥ୍ରୀଲର ଏବଂ ମର୍ମସ୍ପର୍ଶୀ ଆକ୍ସନ୍ ଓଡିଆ ସିନେମା “ଆଞ୍ଜେଲ” ।

ଚଳଚ୍ଚିତ୍ରର ଲେଖକ ଏବଂ ନିର୍ଦ୍ଦେଶକ ରହିଛନ୍ତି ଜିତେନ୍ଦ୍ରୀୟ ପ୍ରଧାନ । ମୁଖ୍ୟ ଅଭିନୟରେ ନାୟକ ପାର୍ଥସାରଥୀ ରାୟ, ନାୟିକା କାଭ୍ୟା କିରଣ ଏବଂ ପ୍ରସନଜିତ ମହାପାତ୍ର । ଅନ୍ୟାନ୍ୟ ଭୂମିକାରେ ଅମିତାଭ ପାତ୍ର, ଜିତେନ୍ଦ୍ରୀୟ ପ୍ରଧାନ, ସୃଜନ, ସୂର୍ଯ୍ୟକାନ୍ତ ଦଳେଇ, ଟୁକୁନ ଭଳି ଅନେକ କଳାକାର ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ବିଶେଷ ଭୂମିକାରେ ଶିଶୁ କଳାକାର ସାଇ ତ୍ରିଷ୍ଣା ଯିଏ କି ଆଞ୍ଜେଲ ଚରିତ୍ରରେ ଅଭିନୟ କରିଛନ୍ତି ।

କାର୍ଯ୍ୟନିର୍ବାହୀ ପ୍ରଯୋଜକ ବିକାଶ ଚନ୍ଦ୍ର ପରିଡା, ଚିତ୍ରତ୍ତୋଳନ ଦାୟିତ୍ୱରେ ଯୁଧିଷ୍ଠିର ବେହେରା ଓ ସମ୍ପାଦନାରେ ଭୀର କୁମାର ନନ୍ଦ । ପ୍ରଡ଼କସନ୍ ହେଡ୍ ସର୍ବେଶ୍ୱର ସୁତାର, ପ୍ରଡ଼କସନ୍ ଡିଜାଇନ୍ କରିଛନ୍ତି ଅଜୟ ସୁତାର, ସାଉଣ୍ଡ ଡିଜାଇନ୍ ଶକ୍ତି ସ୍ୱରୂପ ଦ୍ବିବେଦୀ, କଷ୍ଟ୍ୟୁମ୍ସ ରବି, ଡ଼ି.ଆଇ ରାଜେଶ, ସଙ୍ଗୀତ ନିର୍ଦ୍ଦେଶନା ଏବଂ ପ୍ରଚ୍ଛଦପଟ ସଙ୍ଗୀତ ଅଶେଷ ଦାସ ଦେଇଥିବା ବେଳେ ପବ୍ଲିସିଟି ଡିଜାଇନ୍ କରିଛନ୍ତି ଏମ୍  ଫ୍ୟାକ୍ଟର । ଚଳଚ୍ଚିତ୍ରର ପ୍ରଚାର ଓ ପ୍ରସାର ଦାୟିତ୍ୱ ବହନ କରିଛନ୍ତି ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ।  ଶୁଭମ ପ୍ରଡ଼କସନ୍ ଓଡ଼ିଆ ଦର୍ଶକଙ୍କୁ ତା’ର ପ୍ରଥମ ଅର୍ଘ୍ୟ ଆସନ୍ତା ଜାନୁଆରୀ ୩୧ ତାରିଖରେ ସାରା ଓଡିଶାରେ ବଡ଼ ପରଦାରେ ଭେଟି ଦେବା ପାଇଁ ଘୋଷଣା କରିସାରିଛି ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories