www.samajalive.in
Sunday, December 14, 2025
14.1 C
Bhubaneswar

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ କବସ ଏବଂ ବୁଲବଲ୍ ମହୋତ୍ସବ

ଗୋପାଳପୁର : ଗୋପାଳପୁର ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ କବସ ଏବଂ ବୁଲବଲ୍ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ବିଏନ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେଭି ହିଞ୍ଜିଳିକାଟୁର ଅଧ୍ୟକ୍ଷ ରଞ୍ଜନ କୁମାର ବେହେରା ଯୋଗଦେଇଥିଲେ ଓ ସ୍କାଉଟ ଏବଂ ଗାଇଡ଼ର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ମମତା ଦାସ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ଏଥିରେ ବ୍ରହ୍ମପୁର କ୍ଳଷ୍ଟରର ୮ ଟି କେନ୍ଦ୍ରୀୟ ବିଦ୍ୟାଳୟର ୩୨୧ ଜଣ କବସ୍ ଏବଂ ବୁଲବୁଲ୍ ଯୋଗଦେଇ ଚିତ୍ରାଙ୍କନ, ନାଟକ, ନୃତ୍ୟ, ଗୀତ, ପ୍ରଦର୍ଶନୀ ମେଳା, ବର୍ଜିତ ବସ୍ତୁରୁ ସାଜସଜ୍ଜା ସାମଗ୍ରୀ ନିର୍ମାଣ ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଚମ୍ପେଶ୍ୱର ସାନବର୍ଶିଆ, ଏଚ.ଦବ୍ଲୁ.ବି. ଏହି କ୍ୟାମ୍ପର ନେତୃତ୍ୱ ନେଇ ଏହାର ସୁଚାରୁରୂପେ ପରିଚାଳନା କରିଥିଲେ। କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ସୁନପୁ ଜଗଦୀଶ ପ୍ରତାପ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories