www.samajalive.in
Wednesday, December 10, 2025
14.1 C
Bhubaneswar

ସୈଫଙ୍କ ଆକ୍ରମଣକାରୀ ବାଂଲାଦେଶୀ, ୫ ମାସ ଧରି ମୁମ୍ବଇରେ ରହୁଥିଲା

ସମାଜ ଡିଜିଟାଲ ଡେସ୍କ: ଅଭିନେତା ସୈଫ ଅଲି ଖାନଙ୍କ ଆକ୍ରମଣକାରୀ ଜଣେ ବାଂଲାଦେଶୀ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି ପୁଲିସ। ଅଭିଯୁକ୍ତର ପ୍ରକୃତ ନାମ ମହମ୍ମଦ ସରିଫୁଲ ସଜ୍ଜାଦ। ସେ ୫ରୁ ୬ ମାସ ହେବ ମୁମ୍ବଇରେ ବିଜୟ ଦାସ ନାମରେ ରହୁଥିଲା ବୋଲି ମୁମ୍ବଇ ଜୋନ-୯ ଡିସିପି ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯାଞ୍ଚ ବେଳେ ତା’ ନିକଟରେ କୌଣସି ବୈଧ ଭାରତୀୟ କାଗଜପତ୍ର ନ ଥିବା ପୁଲିସ କହିଛି। ଚୋରି କରିବାକୁ ହିଁ ସେ ସୈଫଙ୍କ ଘରେ ପଶିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ୩ ଦିନ ତଳେ ସୈଫଙ୍କ ଘରେ ଜଣେ ଦୁର୍ବୃତ୍ତ ପଶି ତାଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା। ଫେରାର ହେବା ସମୟରେ ଶିଡ଼ିରେ ଲାଗିଥିବା ସିସିଟିଭି କ୍ୟାମେରାରେ ତା’ ଚେହେରା ସାମ୍ନାକୁ ଆସିବା ପରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଥିଲା। ଶେଷରେ ଥାଣେ ଅଞ୍ଚଳରୁ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories