www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ତୃତୀୟ ଦିନରେ ବି ବ୍ରଜ ଦାସଙ୍କ ଘରେ ଚାଲିଛି ଚଢାଉ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜକିଶୋର ଦାସଙ୍କ ଘରେ ତୃତୀୟ ଦିନରେ ଆୟକର ରେଡ୍ ଚାଲିଛି। ସମ୍ବଲପୁର ସ୍ଥିତ ଘର ଓ ଅଫିସରେ ଆୟକର ଟିମ୍ ର ଚଢାଉ ଜାରି ରହିଛି। ବ୍ରଜ ଦାସ ସମ୍ପର୍କରେ ଥିବା ୭ ଠିକାଦାରଙ୍କ ଘରେ କାଲି ରେଡ୍ ହୋଇଥିଲା। ପୂର୍ବରୁ ୪୪ଟି ସ୍ଥାନରେ ଆୟକର ବିଭାଗ ଏକାକାଳୀନ ଭାବେ ଚଢାଉ କରିଥିଲା । ଆୟକର ଫାଙ୍କିବା ନେଇ ଯାଞ୍ଚକାରୀ ଦଳ ହାତରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ତଥ୍ୟ ହସ୍ତଗତ ହୋଇଥିବା ଜଣାପଡ଼ିଛି। ତେବେ ଆୟକର ଅଧିକାରୀ କି ସଂପୃକ୍ତ ଠିକାଦାରମାନେ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି। ତେଣୁ କେଉଁ ସୂତ୍ରରୁ ଏହି ଚଢ଼ଉ ଓ ଏଥିରୁ କ’ଣ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ।
ଭୁବନେଶ୍ବର ଓ ରାୟପୁର ଆୟକର ମଣ୍ଡଳ ଅଧିକାରୀମାନେ ଚଢ଼ଉରେ ସାମିଲ ହୋଇଛନ୍ତି। ସମ୍ବଲପୁର ସହରର ଧନକଉଡ଼ା ମୁଖ୍ୟରାସ୍ତାରେ ଥିବା ବାସଗୃହ, ତା’ ପଛପଟେ ଥିବା ଭଡ଼ାଘର ଓ ମୁଖ୍ୟ କାର୍ଯ୍ୟାଳୟ ସମେତ ଧନୁପାଲିର ଏକ ଘରେ ଚଢ଼ଉ କରାଯାଇଛି। ଏଥିସହ ବଲାଙ୍ଗିର, ବରଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲାରେ ଥିବା ଶାଖା କାର୍ଯ୍ୟାଳୟ/କାର୍ଯ୍ୟ କ୍ଷେତ୍ରରେ ଆୟକର ଅଧିକାରୀମାନେ ଯାଞ୍ଚ ଜାରି କରିଥିଲେ। ତେବେ ଚଢ଼ଉ ବେଳେ ବ୍ରଜ ଦାସ କୌଣସି କାମରେ ରାଜ୍ୟ ବାହାରକୁ ଯାଇଥିବା ସୂଚନା ମିଳିଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories