www.samajalive.in
Tuesday, December 9, 2025
16.1 C
Bhubaneswar

ଘାସ ବୁଦା ଭିତରେ ଲୁଚି ଶୋଇଥିଲା ସୈଫଙ୍କ ଆକ୍ରମଣକାରୀ, ବାଂଲାଦେଶୀ ସନ୍ଦେହ

ସମାଜ ଡିଜିଟାଲ ଡେସ୍କ: ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ମୁମ୍ବଇ ପୁଲିସ ରବିବାର ଗିରଫ କରିଛି। ଘଟଣାର ୩ ଦିନ ପରେ ପୁଲିସ ଥାଣେରୁ ଅଭିଯୁକ୍ତକୁ ଧରିଛି। ଯାହାର ନାଁ ହେଉଛି ମହମ୍ମଦ ସଜ୍ଜାଦ। ତେବେ ସେ ନିଜ ନାମ ବଦଳାଇ ବିଜୟ ଦାସ ନାଁରେ ଥାଣେରେ ଏକ ଶ୍ରମିକ ଶିବିରରେ ରହୁଥିଲା। ଆକ୍ରମଣ ପରେ ସେ ଏହିଠାକୁ ପଳାଇ ଆସିଥିଲା। ଶିବିରଠାରୁ ଅନତି ଦୂରରେ ଏକ ଜଙ୍ଗଲିଆ ସ୍ଥାନରେ ଲୁଚିଥିଲା।  ଧରା ନ ପଡ଼ିବା ଲାଗି ବଡ଼ ବଡ଼ ଘାସ ଥିବା ଏକ ବୁଦା ଭିତରେ ଲୁଚି ସେହିଠାରେ ଶୋଇପଡ଼ିଥିଲା ବୋଲି ପୁଲିସ କହିଛି। ଅଭିଯୁକ୍ତ ଏହି ଅଞ୍ଚଳରେ ଆଗରୁ କାମ କରୁଥିଲା। ତେଣୁ ଆକ୍ରମଣ ପରେ ଲୁଚିବା ପାଇଁ ଏଠାକୁ ଚାଲିଆସିଥିଲା।

ଅଭିଯୁକ୍ତ ଧରାପଡ଼ିବା ପରେ ତା ନାଁ ବିଜୟ ଦାସ ବୋଲି କହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତା’ ନାଁ ମହମ୍ମଦ ସଜ୍ଜାଦ ବୋଲି ମାନିଥିଲା। ପୁଲିସ ତା’ର ପ୍ରକୃତ ପରିଚୟ ଖୋଜିବାକୁ ଉଦ୍ୟମ ଚଳାଇଛି। ସେ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଉଛି।

- Advertisement -

ଅନ୍ୟପଟେ ଆରପିଏଫ ଅନ୍ୟ ଜଣେ ସନ୍ଦିଗ୍ଧଙ୍କୁ ଛତିଶଗଡ଼ର ଦୁର୍ଗ ରେଳ ଷ୍ଟେସନରୁ ଶନିବାର ଅଟକ ରଖିଥିଲା। ତା’ର ନାଁ ଆକାଶ କୈଳାସ କନ୍ନୋଜିଆ (୩୧)। ସେ ଜ୍ଞାନେଶ୍ଵରୀ ଏକ୍ସପ୍ରେସରେ ମୁମ୍ବଇରୁ କଲକାତା ଯାଉଥିଲା। ସିସିଟିଭିରେ ଧରାପଡ଼ିଥିବା ଅଭିଯୁକ୍ତର ଫଟୋ ସହିତ ଆକାଶଙ୍କ ଫଟୋ ମେଳ ଖାଉଥିବାରୁ ଆରପିଏଫ ସନ୍ଦେହରେ ତାଙ୍କୁ ଅଟକ ରଖିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories