www.samajalive.in
Monday, December 8, 2025
20.1 C
Bhubaneswar

ବ୍ଲକ ଯନ୍ତ୍ରୀଙ୍କୁ ମାଡ ମାରିବା ଓ ଗାଳିଗୁଲଜ ଅଭିଯୋଗ, ୩ ଗିରଫ

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ ମାରିବା ଓ ଗାଳିଗୁଲଜ ଅଭିଯୋଗରେ ୩ ଜଣ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ବିଜେପୁର ପୁଲିସ ସୂଚନା ଦେଇଛି। ଲାଞ୍ଜିଗଡ଼ ବ୍ଲକ କନିଷ୍ଠ ଯନ୍ତ୍ରୀ ବିଦ୍ୟା ଟୁଡୁ ଗୁରୁବାର ବ୍ଲକ ସହକାରୀ ଯନ୍ତ୍ରୀ ଏବଂ ଗ୍ରାମ ରୋଜଗାର ସେବକଙ୍କ ସହିତ ସରକାରୀ କାର୍ଯ୍ୟରେ ବେନଗାଁ ପଞ୍ଚାୟତ ଠାରେ ମନରେଗା କାର୍ଯ୍ୟର ତଦାରଖ ପାଇଁ ଯାଇଥିଲେ । ସେହି ସମୟରେ ବେନଗାଁ ପଞ୍ଚାୟତ ପଦ୍ମଥୋପା ଗ୍ରାମର ଅଗସ୍ତି ହରିଜନ (୩୨), ଉଗ୍ରସେନ ହରିଜନ(୪୫) ଏବଂ କର୍ଣ୍ଣଦାନୀ ହରିଜନ (୩୫) ତିନିଜଣ ମିଶି ଯନ୍ତ୍ରୀ ଶ୍ରୀ ଟୁଡୁଙ୍କୁ କୌଣସି କାର୍ଯ୍ୟ ହୋଇନଥିବା ବିଲ ପେମେଣ୍ଟ କରିବା ପାଇଁ ବାଧ୍ୟ କରିଥିଲେ।

କିନ୍ତୁ ଶ୍ରୀ ଟୁଡୁ ରାଜି ନହେବାରୁ ତାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମୁଣ୍ଡକୁ ମୁଥ ଏବଂ ଗାଲକୁ ଚାପୁଡ଼ା ମାରିଥିବା ନେଇ ଯନ୍ତ୍ରୀ ଶ୍ରୀ ଟୁଡୁ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ବିଜେପୁର ଥାନା କେଶ ନଂ.୪/୨୫ରେ ଧାରା ୨୯୬/୧୧୫ (୨)/୨୨୧/୧୩୨/୧୩୧(ଆଇ)/୩୫୧(୨)/୩(୫) ବିଏନଏସ ଅନୁଯାୟୀ ମାମଲା ରୁଜୁ ହୋଇଥିଲା ଏବଂ ଯନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତିନି ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ବୋଲି ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନୀ ସୂଚନା ଦେଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories