www.samajalive.in
Saturday, December 6, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଚିଠି : ଏସ୍‌ସିବିରେ ନକଲି ଭିନ୍ନକ୍ଷମ ପ୍ରମାଣପତ୍ର ଅଭିଯୋଗର ତଦନ୍ତ ନିର୍ଦେଶ

କଟକ : କଟକ ବଡ଼ ଡାକ୍ତରଖାନାରେ ଶାରୀରିକ ଯାଞ୍ଚ କରା ନଯାଇ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯାଉଥିବା ନେଇ ରାଷ୍ଟ୍ରପତିଙ୍କ ଠାରେ ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଆସିବା ପରେ ଅଭିଯୋଗ ଉପରେ ତନାଘନା ଆରମ୍ଭ ହୋଇଛି। କଟକ ବଡ଼ ଡାକ୍ତରଖାନା ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ପର୍ସନ ୱିଥ୍‌ ଡିଜାବିଲିଟି ବା ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନରେ ଜାଲିଆତି କରାଯାଉଥିବା ଏବଂ ଏଥିପାଇଁ ରାକେଟ ସକ୍ରିୟ ଥିବା ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବ ଏସ୍‌ସିବି ମେଡ଼ିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି କରିଛନ୍ତି। ଏସ୍‌ସିବି ମେଡ଼ିକାଲ କଲେଜ କର୍ତ୍ତୃପକ୍ଷଙ୍କୁ ଏନେଇ ଉତ୍ତର ରଖିବାକୁ ନିର୍ଦେଶ ଦିଆଯାଇଛି। ତେବେ ଏହି ଘଟଣାର ତଦନ୍ତ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦେଶାଳୟ ଙ୍କୁ ଦିଆଯାଇଥିବା ସୂଚନା ମିଳିଛି।
ସୂଚନା ଥାଉକି, ୨୦୧୯ ମସିହାରେ ଗଞ୍ଜାମର ଜନୈକ ଯୁବତୀ ଭିନ୍ନକ୍ଷମ କୋଟାରେ ଓଡ଼ିଶା ଲୋକସେବା ଆୟୋଗ  ପରିଚାଳନା କରୁଥିବା ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ  ପଦ ପାଇଁ ପରୀକ୍ଷା ଦେଇ ସେଥିରେ ଉତ୍ତୀର୍ଣ୍ଣ ହୋଇଥିଲେ। ହେଲେ ୨୦୨୦ ମସିହାରେ ପ୍ରମାଣପତ୍ର ଯାଞ୍ଚ ସମୟରେ ସମ୍ପୃକ୍ତ ଯୁବତୀ ଜଣକ ଭିନ୍ନକ୍ଷମ ନଥିବା ଓପିଏସସି କର୍ତ୍ତୃପକ୍ଷ ଜାଣିବାକୁ ପାଇଥିଲେ। ଏଥିପାଇଁ ଯୁବତୀଙ୍କୁ ଏସଏସଇପିଡି ବିଭାଗ ଅଧୀନରେ ଥିବା ମେଡ଼ିକାଲ ବୋର୍ଡକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଯୁବତୀଙ୍କ ଜନ୍ମସ୍ଥାନ ଗଞ୍ଜାମ ଜିଲା ହୋଇଥିବାରୁ ତାଙ୍କୁ ଯାଞ୍ଚ ପାଇଁ ବ୍ରହ୍ମପୁରର ଏମ୍‌କେସିଜି ମେଡ଼ିକାଲ କଲେଜ ପଠାଇବାର ଥିଲା। ହେଲେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ଯାଞ୍ଚ ପାଇଁ ପଠାଯିବାରୁ ଏଥିପାଇଁ ଏକ ରାକେଟ ସକ୍ରିୟ ଥିବା ନେଇ ସନ୍ଦେହ ହୋଇଥିଲା। ୨୦୨୧ ଫେବୃଆରୀ ୨୬ରେ ଯୁବତୀ ଜଣକ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏସସିବି ଅସ୍ଥିଶଲ୍ୟ ମେଡ଼ିକାଲ ବୋର୍ଡରେ ପହଞ୍ଚିଥିଲେ। ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରା ନ ଯାଇ ତାଙ୍କୁ କୁଆଡେ ୬୦ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କର ବାମହାତର ଏକ ଆଙ୍ଗୁଠି ବଙ୍କା ଥିଲା। ଯାହାକି ୫ ପ୍ରତିଶତ ଭିନ୍ନକ୍ଷମ ଥିବାବେଳେ ଏସସିବିର ଅସ୍ଥିଶଲ୍ୟ ବିଭାଗ ପକ୍ଷରୁ ୬୦ ପ୍ରତିଶତ ଭିନ୍ନକ୍ଷମ ଥିବାନେଇ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏହାପରେ ଏସ୍‌ସିବିରେ ଭିନ୍ନକ୍ଷମ ପ୍ରମାଣପତ୍ର ନେଇ ରାକେଟ ସକ୍ରିୟ ଥିବା ସନ୍ଦେହ ଅଧିକ ଘନୀଭୂତ ହୋଇଥିଲା। ଉକ୍ତ ଯୁବତୀ ଜଣକ ଏସ୍‌ସିବିରେ ଟଙ୍କା ନେଇ ଏପରି ସାର୍ଟିଫିକେଟ ଜାଲିଆତି କରାଯାଉଥିବା ଅଭିଯୋଗ କରି ମୀନକେତନ ସାହୁ ନାମକ ଜନୈକ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ।
ଏହାକୁ ଆଧାର କରି ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସଚିବଙ୍କୁ ତଦନ୍ତ ପାଇ ଚିଠି ଆସିଥିଲା। ଏହାକୁ ନେଇ ତନାଘନା ପରେ ଏସସିବି ମେଡ଼ିକାଲ କଲେଜ ପକ୍ଷରୁ ଏହି ଘଟଣାର ତଦନ୍ତ ପାଇଁ ଡିଏମ୍‌ଇଟିଙ୍କୁ ଚିଠି କରାଯାଇଛି। ଏନେଇ ଏସସିବି ମେଡ଼ିକାଲ କଲେଜ ଅଧ୍ୟକ୍ଷା ତଥା ଅଧୀକ୍ଷକ ଦାୟିତ୍ବରେ ଥିବା ଡା. ଲୁସି ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନି।

Hot this week

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

Related Articles

Popular Categories