www.samajalive.in
Sunday, December 14, 2025
23.1 C
Bhubaneswar

ପଶ୍ଚିମରୁ ଗଡ଼ ଦୃଢ କରିବେ ନବୀନ

ଭୁବନେଶ୍ବର : ନିର୍ବାଚନ ସରିବାର ୭ ମାସ ପରେ ବିଜେପି ସରକାର ଗୋଟିକ ପରେ ଗୋଟିଏ ଯୋଜନା ଘୋଷଣା କରି ଏହାର ଶକ୍ତି ମଜଭୁତ କରୁଛି। ଅନ୍ୟପକ୍ଷରେ ସବୁଠୁ ଅଧିକ ଚର୍ଚ୍ଚାରେ ଥବା ମୁଖ଼୍ୟ ବିରୋଧୀ ବିଜେଡ଼ିର ଆଗାମୀ କାର୍ଯ୍ୟକ୍ରମ ନେଇ ଅନେକଙ୍କ ଭିତରେ ସଂଶୟ ଦେଖାଦେଇଛି। ତେବେ ଏଭଳି ସ୍ଥିତିରେ ଦଳର ମୁଖିଆ ନବୀନ ପଟ୍ଟନାୟକ ଆଗାମୀ ଦିନରେ ସଂଗଠନକୁ ସୁଦୃଢ କରିବା ଲାଗି ପଶ୍ଚିମ ଓଡ଼ିଶାରୁ ଅଭିଯାନ ଆରମ୍ଭ କରିବେ ବୋଲି ଦଳୀୟ ମହଲରୁ ସୂଚନା ମିଳୁଛି।
ବିଜେଡ଼ିରେ ଏବେ ମଧ୍ୟ ସଭ୍ୟ ସଂଗ୍ରହ ଅଭିଯାନ ଚାଲିଛି। ଏହି ନିର୍ବାଚନ ପ୍ରକ୍ରିୟା ମାର୍ଚ୍ଚ ସୁଦ୍ଧା ଶେଷ ହେବ। ଦଳରେ ସଭାପତି ପଦ ପାଇଁ ଚିନ୍ତା ନାହିଁ। କାରଣ ନବୀନ ସକ୍ରିୟ ଥିବା ଯାଏ ସେ ହିଁ ବିଜେଡ଼ି ସଭାପତି ରହିବେ। ଦଳରେ ଏକାଧିକ ଉପସଭାପତି ନିଯୁକ୍ତ ହେବେ। ସେଥିପାଇଁ ବରିଷ୍ଠ ଓ ସକ୍ରିୟ ନେତାଙ୍କୁ ବଛାଯାଉଛି। ଇତିମଧ୍ୟରେ ଦଳ ଛାଡ଼ିଥିବା ନେତାଙ୍କ ସ୍ଥାନରେ କିଛି ନୂଆ ନେତାଙ୍କୁ ଦାୟିତ୍ବ ମିଳିପାରେ। ସମସ୍ତ ଛାମୁଆ ସଙ୍ଗଠନର ଆମୂଳଚୁଳ ପରିବର୍ତ୍ତନ ସମ୍ଭାବନା ରହିଛି। ସାଧାରଣ ସମ୍ପାଦକ ଓ ସମ୍ପାଦକ ଠାରୁ ଆରମ୍ଭ କରି ଯୁବ, ଛାତ୍ର, ମହିଳା ସଙ୍ଗଠନ, ଜିଲା ସଭାପତି ଓ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ତଥା ବିଭିନ୍ନ ପ୍ରକୋଷ୍ଠ ପାଇଁ କାର୍ଯ୍ୟକର୍ତ୍ତା ତାଲିକା ପ୍ରସ୍ତୁତି ଚାଲିଛି।
ଦଳୀୟ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଫେବୃଆରୀରେ ସରିଯିବା ସମ୍ଭାବନା ରହିଛି। ଆନୁଷ୍ଠାନିକ ଭାବେ ଏସବୁ ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଖୁବ୍‌ଶୀଘ୍ର ବିଜେଡ଼ି ପକ୍ଷରୁ ଦଳୀୟ ନିବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ। ସାଙ୍ଗଠନିକ ନବକ‌େ‌ଳବର ପରେ ସଭାପତିଙ୍କ ଜିଲା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇପାରେ। ଦଳର ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, ବିଜେଡ଼ିର ସାଙ୍ଗଠନିକ କାର୍ଯ୍ୟକ୍ରମ ଜାରି ରହିଛି। କିଛି ଦିନ ତଳେ ବିଜେଡ଼ି ଛାଡ଼ି ବିଜେପି ଯାଇଥବା ନେତା ଓ କାର୍ଯ୍ୟକର୍ତ୍ତା ଏବେ ବିଜେଡ଼ିକୁ ଫେରୁଛନ୍ତି। ବିଭିନ୍ନ ଜିଲାକୁ ଦଳର ବରିଷ୍ଠ ତଥା ଶୀର୍ଷ ସ୍ତରୀୟ ନେତା ଗସ୍ତ କରି ସଙ୍ଗଠନ ସଜାଡ଼ିବା ସହିତ ଦଳୀୟ ବୈଠକରେ କର୍ମକର୍ତ୍ତାଙ୍କ ମନବଳ ବଢ଼ାଉଛନ୍ତି। ଆଗକୁ ପଶ୍ଚିମ ଓଡ଼ିଶାରେ ସଭାପତିଙ୍କ ଗସ୍ତ କାଳରେ ବିରାଟ ଶୋଭାଯାତ୍ରା ଆୟୋଜନ କରାଯିବ। ବି‌େ‌ଶଷ କରି ପୋଲାଭରମ ପ୍ରକଳ୍ପ ପ୍ରତିବାଦରେ ବିଜେଡ଼ିର ପ୍ରତିବାଦ ଅଭିଯାନ ଜାରି ରହିଛି। ମହାନଦୀ ପ୍ରସଙ୍ଗ ନେଇ ଦଳ ପକ୍ଷରୁ ମଧ୍ୟ ଏପ୍ରିଲ ଓ ମେ ମାସରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ମାର୍ଚ୍ଚ ପୂର୍ବରୁ ଦଳୀୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ସରିବ। ଖୁବ୍ ଶୀଘ୍ର ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା କାର୍ଯ୍ୟକ୍ରମ ରହିଛି।
ଦଳର ବରିଷ୍ଠ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଦଳୀୟ ସଙ୍ଗଠନରେ ଏଥର ବଡ଼ ଧରଣର ଅଦଳବଦଳ କରାଯିବ। ଅଧିକାଂଶ ସଙ୍ଗଠନର ମୁଖଆ ବଦଳିବା ପାଇଁ ଆପାତତଃ ସ୍ଥିର ହୋଇଛି। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଛାମୁଆ ସଙ୍ଗଠନର ସକ୍ରିୟ ନେତାଙ୍କୁ ସାମିଲ କରାଯିବ। ବି‌େ‌ଶଷ କରି ଦୀର୍ଘ ବର୍ଷ ପରେ କ୍ଷମତାଚ୍ୟୁତ ବିଜେଡ଼ିକୁ ପୁନର୍ବାର ମୁଖ୍ୟ ସ୍ରୋତକୁ ଆଣିବା ନିମନ୍ତେ ଦଳର କୋର ଗ୍ରୁପ ଉଦ୍ୟମ ଚଳାଇଛନ୍ତି।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories