ପୁରୁଷ ଡବଲ୍ସ ସେମିଫାଇନାଲରେ ଚିରାଗ ଓ ସାତ୍ବିକ ସାଇରାଜ, ହାରିଲେ ପିଭି ସିନ୍ଧୁ

ଡେସ୍କ: ଇଣ୍ଡିଆ ଓପନ୍ ବ୍ୟାଡମିଣ୍ଟନରେ ଭାରତୀୟ ଯୋଡ଼ି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ନୂଆଦିଲ୍ଲୀର କେଡି ଯାଦବ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆର ଜିନ୍ ୟୋଙ୍ଗ ଓ କାଙ୍ଗ ମିନ୍-ହ୍ୟୁକଙ୍କୁ ୨୧-୧୦, ୨୧-୧୭ରେ ପରାସ୍ତ କରିଛନ୍ତି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ।

ତେବେ ପିଭି ସିନ୍ଧୁ ଆଜି ସନ୍ଧ୍ୟାରେ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଇଣ୍ଡୋନେସିଆର ଗ୍ରେଗୋରିୟା ମାରିସ୍କା ଟୁନଜୁଙ୍ଗଙ୍କ ଠାରୁ ୯-୨୧, ୨୧-୧୯, ୧୭-୨୧ରେ ପରାସ୍ତ ହୋଇଛନ୍ତି। ଅନ୍ୟ ଜଣେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି କିରଣ ଜର୍ଜ ମଧ୍ୟ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚରେ ଚୀନର ୱେଙ୍ଗ ହୋଙ୍ଗୟାଙ୍ଗଙ୍କ ଠାରୁ ୧୩-୨୧, ୧୯-୨୧ରେ ପରାସ୍ତ ହୋଇଛନ୍ତି।

Comments are closed.