www.samajalive.in
Monday, December 15, 2025
26.1 C
Bhubaneswar

ଗୋପପୁରରେ ନନ୍ଦୋତ୍ସବ ଓ ପୁତନା ବଧ

ସମ୍ବଲପୁର: ଶ୍ରୀକୃଷ୍ଣ ଜନ୍ମ ପରେ ଶୁକ୍ରବାର ଗୋପପୁରରେ ଶ୍ରୀକୃଷ୍ଣ ଜନ୍ମ ଓ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଥିଲା। ମଥୁରା ନଗରୀରୁ ମହାରାଜା କଂସଙ୍କ ଦ୍ୱାରା ପ୍ରେରିତ ପୁତନାକୁ ଗୋପପୁରେ ଶ୍ରୀକୃଷ୍ଣ ବଧ କରିବା ଦୃଶ୍ୟକୁ ସମସ୍ତେ ଉପଭୋଗ କରିଥିଲେ। ଏହି ନାଟ୍ୟ ଅଭିନୟରେ ଉପସ୍ଥିତ ଥିବା ହଜାର ହଜାର ଦର୍ଶକଙ୍କ ସାମଗମ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଗୋପପୁର ଧନୁ ଯାତ୍ରା କମିଟି ସମ୍ପାଦକ ଗଣେଶ ମହତ୍ତମଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିର ସମ୍ବଲପୁର ଧନୁଯାତ୍ରା କମିଟିର ସମ୍ପାଦକ ଗୁଣରଞ୍ଜନ ସାଳିମା, ବିଶିଷ୍ଟ କଳାକାର ସୂର୍ଯ୍ୟ ପାଣିଗ୍ରାହୀ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ସମ୍ବଲପୁରୀ ଧନୁଯାତ୍ରାର ନାଟ୍ୟକାର ଓ ନିର୍ଦେଶକଙ୍କୁ ନନ୍ଦ ରାଜାଙ୍କ ଦ୍ୱାରା ସମ୍ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଥିଲା। ଗୋପପୁର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି କମଳ ଲୋଚନ ପଣ୍ଡା, ଆଦିତ୍ୟ ପ୍ରସାଦ ନାୟକ, ସୁରଜ ମହାପାତ୍ର, ଯୋଗେନ୍ଦ୍ର ମାଝୀ ପ୍ରମୁଖ ପରିଚଳନା କରିଥିଲେ।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories