www.samajalive.in
Monday, December 15, 2025
16.1 C
Bhubaneswar

ଅଚାନକ ଲାଗିଲା ନିଆଁ, ୧୫୦୦ କ୍ବିଣ୍ଟାଲ ଧାନ ଭସ୍ମୀଭୂତ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗ୍ରାମରେ ଖଳାରେ ଥିବା ଧାନ ଗଦାରେ ଅଚାନକ ନିଆଁ ଲାଗି ସବୁ ଭସ୍ମୀଭୂତ ହୋଇଯାଇଛି। ଶୁକ୍ରବାର ଅପରାହ୍ନରେ ଖଳାରେ ପ୍ରାୟ ୮ ଜଣଙ୍କ ୧୬ କୁପାରେ ପ୍ରାୟ ୧୫୦୦ କ୍ବିଣ୍ଟାଲ ଧାନ ପୋଡ଼ି ପାଉଁଶ ହୋଇଯାଇଛି। ଖରିପ ଋତୁରେ ଚାଷୀ ଧାନ ଫସଲ କରି ଖଳାରେ କୁପା କରି ରଖିଥିଲେ। ପୁରେନ୍ଦ୍ର କର୍ଷିକା, ନରେନ୍ଦ୍ର କର୍ଷିକା, ପ୍ରସନ୍ନ ଗନ୍ତାୟତ, ଜୟସିଙ୍ଗି ହୁଈକା, ସୁବା କାଡ୍ରାକା, କୃଷ୍ଣ। ତାଡିକା, ଲାଚା କାଡ୍ରାକା, ମୁଗୁରି କର୍ଷିକାଙ୍କ ୧୬ଟି କୁପାକୁ ଅମଳକରି ମଣ୍ଡିକୁ ଧାନ ବିକ୍ରି କରିବାକୁ ଭାବିଥିଲେ। ଭାଗ୍ୟର ବିଡ଼ମ୍ବନା ଯେ, ଆଜି ଅପରାହ୍ନରେ ହଠାତ୍‌ ଧାନ କୁପାରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିଥିବା ଦେଖି ଆଖପାଖରେ ଥିବା ଲୋକେ ଧାଇଁ ଆସି ଘରୁ ପାଣି ଆଣି ପକାଇବା ସହ ନିକଟସ୍ଥ କେନାଳରୁ ପାଣି ଆଣି କୁପାରେ ପକାଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରି ନ ଥିଲେ। ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ଘଟଣାସ୍ଥଳରେ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଖବର ପାଇ ପୂଜାରିଗୁଡ଼ା ରାଜସ୍ୱ ନିରୀକ୍ଷକ ରାମଚନ୍ଦ୍ର ଆଚାର୍ଯ୍ୟ, ନମିତା ରାଣୀ ଗମାଙ୍ଗ ପହଞ୍ଚି କ୍ଷତି ହୋଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି।

ପ୍ରକାଶ ଥାଉକି, ଖରିପ ଋତୁରେ ଧାନ ପାଚିବା ସମୟରେ ଲଘୁଚାପ ବର୍ଷା ହୋଇଥିବା ଯୋଗୁଁଁ କିଛି ଫସଲ ନଷ୍ଟ ହୋଇଥିବାବେଳେ ବର୍ତ୍ତମାନ ନିଆଁ ଲାଗି ସବୁ ନଷ୍ଟ ହୋଇଗଲା ବୋଲି ଚାଷୀ କହିଛନ୍ତି। ପ୍ରାୟ ୫ଲକ୍ଷ ଟଙ୍କାର ଧାନ ପୋଡ଼ି ପାଉଁଶ ହୋଇଯାଇଥିବା ଗ୍ରାମବାସୀ କହିଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories