www.samajalive.in
Sunday, December 14, 2025
19.1 C
Bhubaneswar

କୁର୍ଲା ଜଙ୍ଗଲରୁ ଉଦ୍ଧାର ଯୁବତୀଙ୍କୁ ନ୍ୟାୟ ଦାବି

ବୁର୍ଲା: ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଦେଖିବାକୁ ଆସି ଗତ ରବିବାର ଦିନ ଜନୈକ ଯୁବତୀ ନିଖୋଜ ହୋଇଥିବାବେଳେ ପ୍ରାୟ ୪୮ ଘଣ୍ଟା ପରେ ବରଗଡ଼ କୁର୍ଲା ଜଙ୍ଗଲରେ ମୁମୂର୍ଷୁ ଅବସ୍ଥାରେ ଯୁବତୀ ଜଣକୁ ଉଦ୍ଧାର କରାଯାଇଥିଲା। ପରେ ତାଙ୍କୁ ଉଚ୍ଚଚିକିତ୍ସା ପାଇଁ ଭିମସାର ମେଡିକାଲକୁ ଅଣାଯାଇ ଚିକିତ୍ସିତ କରାଯାଉଛି। ଏନେଇ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଏକ ପ୍ରତିନିଧି ଦଳ ଭିମସାରକୁ ଯାଇ ଯୁବତୀଙ୍କୁ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ପଶ୍ଚିମ ଓଡ଼ିଶା ସୁରକ୍ଷା ପରିଷଦର ଅଧ୍ୟକ୍ଷ ନିହାଲ ସିଂଙ୍କ ନେତୃତ୍ବରେ ଉପାଧ୍ୟକ୍ଷ ମେଘନାଦ ପ୍ରଧାନ(ଲୁଲୁ), ପ୍ରସିଦ୍ଧ କଣ୍ଠଶିଳ୍ପୀ ଶତୃଘ୍ନ ଲୁହା, ସମାଜସେବୀ ସନ୍ତୋସିନୀ ସାହୁ ପ୍ରମୁଖ ଭିମସାର ମେଡିକାଲକୁ ଯାଇ ପୀଡିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ମଳୟ ନାୟକଙ୍କ ସହ ଆଲୋଚନା କରିଛନ୍ତି। ତେବେ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଡାକ୍ତର କହିଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାର ସହ ମଧ୍ୟ ପରିଷଦର ସଭ୍ୟମାନେ ଆଲୋଚନା କରି ପରିଷଦର ଉପାଧ୍ୟକ୍ଷ ମେଘନାଦ ପ୍ରଧାନ ଯୁବତୀଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପୀଡିତାଙ୍କ ମାମଲାରେ ବରଗଡ଼ ଜିଲାର ପୁଲିସ ପ୍ରଶାସନ ଓ ଜିଲା ପ୍ରଶାସନ ସମଗ୍ର ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ଦାବି କରାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories