www.samajalive.in
Sunday, December 14, 2025
16.1 C
Bhubaneswar

ମଣ୍ଡିରେ ପଡିଛି ଦେଢ ଲକ୍ଷ କ୍ୱିଣ୍ଟାଲ ଧାନ ; ହାତ ଟେକିଲେ ମିଲର, ଚାଷୀ ମୁଣ୍ଡରେ ଚଡକ

ମାଲକାନଗିରି : ମାଲକାନଗିରି ଜିଲାରେ ବିଭିନ୍ନ ବ୍ଲକରେ ୬୨ଟି ସ୍ଥାନରେ ଗତ ଦୁଇମାସ ଧରି ଧାନମଣ୍ଡି ଆରମ୍ଭ ହୋଇଥିବା ବେଳେ ପ୍ରକୃତ ଚାଷୀ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତିା ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଲକ୍ଷ ପ୍ୟାକେଟ ଧାନ ବିଭିନ୍ନ ମଣ୍ଡିରେ ରହିଥିବା ବେଳେ ଟାର୍ଗେଟ ସରି ଯାଇଥିବାରୁ ମିଲର ମାନେ ଆଉ ଧାନ କିଣୁ ନଥିବା ଜଣାପଡିଛି। ଏ ସମ୍ପର୍କରେ ମାଲକାନଗିରି ଉପଜିଲ୍ଲାପାଳ କହିଛନ୍ତି ଟାର୍ଗେଟର କୌଣସି ସମସ୍ୟା ନାହିାଁ କୋରୁକୋଣ୍ଡା ଓ କାଲିମେଳା ଲ୍ୟାମ୍ପର ଦୁଇଜଣ ଏମ୍‍.ଡି.ଙ୍କୁ କାର୍ଯ୍ୟରୁ ନିଳମ୍ବିତ କରିଥିବାରୁ ତାଙ୍କ ଜାଗାରେ ନୂତନ ଏମ୍‍.ଡି.ଙ୍କ ଯୋଗଦାନ ପରେ ସେମାନଙ୍କ ଡିଜିଟାଲ ଦସ୍ତଖତର ଆବଶ୍ୟକତା ରହିଛି। ଏଥିନିମନ୍ତେ ଭୁବନେଶ୍ୱରରେ ଏହାର ପ୍ରକ୍ରିୟା ହେଇଥିବା ବେଳେ ବୁଧବାର ଏହା ଆସି ପହଞ୍ଚିଛି। ଆସନ୍ତାକାଲି ଠାରୁ ଏହି ଦୁଇଟି ମଣ୍ଡିରେ ଧାନ ଉଠା ଯିବ। ସମସ୍ତ ଚାଷୀଙ୍କ ଧାନ ନିର୍ଦ୍ଧାରିତ ସମୟରେ କିଣାଯିବ ବୋଲି ସେ ପ୍ରକାଶ କରିଛନ୍ତି।
ଅନ୍ୟ ପକ୍ଷରେ ଚାଷୀଙ୍କ ଅଭିଯୋଗ ରହିଛି ଯେ ବେପାରୀ ଏବଂ ଦଲାଲଙ୍କ ସହ ଲ୍ୟାମ୍ପ କର୍ମଚାରୀ ଏବଂ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଷୀମାନେ ଟୋକନ ନ ପାଇ ଶୀତରେ ମଣ୍ଡିରେ ଶୋଇବା ସହ ଟୋକନ ପାଇଁ ଲ୍ୟାମ୍ପକୁ ଦୌଡି ଦୌଡି ନିରାଶ ହେଉଛନ୍ତିା ଚାଷୀଙ୍କ ଟୋକନ ଦେବାପାଇଁ ଡାଟା ଅପରେଟର ଅପରାହ୍ନରେ କାର୍ଯ୍ୟାଳୟକୁ ଆସିବା ପୂର୍ବରୁ ଭିତରେ ଥିବା ଦଲାଲ ଏବଂ ବେପାରୀ ମାନେ ଚାଷୀଙ୍କ ନାମରେ ସଂଗ୍ରହ କରି ଆଣିଥିବା କାଗଜପତ୍ର ଦାଖଲ କରି ଜଣେ ଜଣେ ବେପାରୀ ଓ ଦଲାଲ ୨୦ ରୁ ୩୦ଜଣ ଚାଷୀଙ୍କ ଟୋକନ ନେଇ ଯାଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଧାଡିରେ ଠିଆ ହୋଇଥିବା ଚାଷୀମାନଙ୍କୁ ସନ୍ଧ୍ୟା ୫ଟା ସମୟରେ ଚଳିତ ସପ୍ତାହ ମଣ୍ଡିର ଧାନ ବିକ୍ରି ପାଇଁ ଟୋକନ ସରିଗଲା କହି ଫେରାଇ ଦେଉଛନ୍ତିା ମଙ୍ଗଳବାର ଏହି ଚାଷୀମାନେ କୋରୁକୋଣ୍ଡା ଲ୍ୟାମ୍ପ କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନରେ ବି କ୍ଷୋବ ପ୍ରଦର୍ଶନ କରିଥିବା ବେଳେ ଲ୍ୟାମ୍ପ ପରିଚାଳକ ଚାଷୀମାନଙ୍କୁ ଆକ୍ରମଣ କରିଥିଲେ ଏବଂ ଏଥିନେଇ ମାଲକାନଗିରି ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗିରଫ ହୋଇ ନଥିବା ସୂଚନା ମିଳିଛି।
ଏହି ଚାଷୀମାନେ ଅଭିଯୋଗ କରିଛନ୍ତି ଯେ, ବର୍ଷସାରା କଷ୍ଟ କରି ଏବଂ ଋଣ କରି ଧାନ ଚାଷ କରିଥିଲୁା କିନ୍ତୁ ଲ୍ୟାମ୍ପ, ଦଲାଲ ଏବଂ ବେପାରୀ ମାନଙ୍କ ଦ୍ୱାରା ଆମେ ନିର୍ଜାତିତ ହେଉଛୁ। କୌଣସି ରାଜନୈତିକ ଦଳର ଜନପ୍ରତିନିଧି ମାନେ ଏ ସମୟରେ ଆମର ସମସ୍ୟା ଦୂର କରୁନାହାନ୍ତିା ନିର୍ବଚନ ପାଖେଇ ଆସୁଥିବାରୁ ନିଜ ନିଜ ଦଳୀୟ କାର୍ଯ୍ୟରେ ବ୍ୟସ୍ତ ରହି ନିଜ ସପକ୍ଷରେ ଭୋଟ ଦେବାପାଇଁ ଗାଁ ବୁଲୁଛନ୍ତିା ଆଗାମୀ ନିର୍ୱାଚନରେ ଚାଷୀମାନେ ଏହାର ଜବାବ ନିଶ୍ଚିନ୍ତ ଦିଆଯିବ ବୋଲି ଚାଷୀ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories