www.samajalive.in
Sunday, December 14, 2025
15.1 C
Bhubaneswar

ଟ୍ରମ୍ପଙ୍କ ଶପଥ ପୂର୍ବରୁ ବନ୍ଦ ହେଲା ହିଣ୍ଡେନବର୍ଗ ସଂସ୍ଥା

ସମାଜ ଡିଜିଟାଲ ଡେସ୍କ: ଅଦାନୀ ଗ୍ରୁପ ଏବଂ ଭାରତୀୟ ପ୍ରତିଭୁତି ବିନିମୟ ବୋର୍ଡ(ସେବି) ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ମୋଦୀ ସରକାରକୁ ବଦନାମ କରିବାକୁ ଅପଚେଷ୍ଟା କରିଥିବା ହିଣ୍ଡେନବର୍ଗ ସଂସ୍ଥା ଶେଷରେ ବନ୍ଦ ହୋଇଛି। ସଂସ୍ଥାର ପ୍ରତିଷ୍ଠାତା ନାଥାନ ଆଣ୍ଡରସନ ନିଜେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଏହାକୁ ପୂର୍ବ ନିର୍ଦ୍ଧାରିତ ଏବଂ ବ୍ୟକ୍ତିଗତ ନିଷ୍ପତ୍ତି ବୋଲି କହିଛନ୍ତି। କିନ୍ତୁ ହଠାତ ଏପରି ନିଷ୍ପତ୍ତି ନେବା ପଛରେ ଅନ୍ୟ କିଛି କାରଣ ରହିଛି ବୋଲି କୁହାଯାଉଛି।

ଆସନ୍ତା ୨୦ ତାରିଖରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବେ। ଏହା ପୂର୍ବରୁ ହିଣ୍ଡେନବର୍ଗ ସଂସ୍ଥା ବନ୍ଦ କରିବା ଲାଗି ଏହାର ପ୍ରତିଷ୍ଠାତାଙ୍କ ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୋ ବାଇଡେନଙ୍କ ସମୟରେ ହିଣ୍ଡେନବର୍ଗ ଏକାଧିକ ଥର ଅଦାନୀ ଗ୍ରୁପ ବିରୋଧରେ ବିଭିନ୍ନ ତଥ୍ୟ ପ୍ରକାଶ କରି ଭାରତୀୟ ଶେୟାର ବଜାରକୁ ଦୋହଲାଇ ଦେଇଛି। ଏହା ପଛରେ ସଂସ୍ଥାର ବହୁ ହୀନ ଚକ୍ରାନ୍ତ ରହିଥିବା ନେଇ ଚର୍ଚ୍ଚା ହୋଇଥିଲା। ପ୍ରଥମତଃ ଶର୍ଟ ସେଲିଂ(ଶେୟାର ବଜାରରେ କୌଣସି କମ୍ପାନୀର ଶେୟାର କମ୍‌ ଦାମରେ କିଣି ତାହାକୁ ଅଧିକ ଦାମରେ ବିକ୍ରି କରିବା) କରୁଥିବା ହିଣ୍ଡେନବର୍ଗକୁ ଏହାଦ୍ବାରା ବ୍ୟକ୍ତିଗତ ଫାଇଦା ହେଉଥିଲା। ୨ୟରେ ହିଣ୍ଡେନବର୍ଗ ଏପରି କରି ମୋଦୀ ସରକାରକୁ ବିଶ୍ଵସ୍ତରରେ ବଦନାମ କରିବାକୁ ପ୍ରୟାସ କରିଥିବା ଆଲୋଚନା ହୋଇଥିଲା। ବାଇଡେନ ସରକାର ଭାରତ ବିରୋଧୀ ଆଭିମୁଖ୍ୟ ରଖୁଥିବାରୁ ହିଣ୍ଡେନବର୍ଗକୁ ଏପରି କରିବା ସହଜ ହୋଇଥିଲା। କିନ୍ତୁ ଭାରତର ବନ୍ଧୁ କୁହାଯାଉଥିବା ଟ୍ରମ୍ପ କ୍ଷମତାକୁ ଆସିବା ପୂର୍ବରୁ ହିଣ୍ଡେନବର୍ଗ ଏହାର ସଂସ୍ଥା ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଏବେ ଚର୍ଚ୍ଚା ହେଉଛି।

- Advertisement -

ତେବେ ସଂସ୍ଥାର ପ୍ରତିଷ୍ଠାତା ଆଣ୍ଡରସନ ସଂସ୍ଥା ବନ୍ଦ କରିବା ନେଇ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ସେ ନିଜର ଯାତ୍ରା, ସଂଘର୍ଷ, ଅନୁଭୂତି ସମ୍ପର୍କରେ ବିସ୍ତାର ରୂପେ ଲେଖିଛନ୍ତି। ଗତବର୍ଷ ନିଜ ପରିବାର, ବନ୍ଧୁ ଏବଂ ଟିମ୍‌ ସହିତ ଆଲୋଚନା କରି ସଂସ୍ଥା ବନ୍ଦ କରିବା ସମ୍ପର୍କରେ ନିଷ୍ପତ୍ତି ନେଇଥିଲେ ବୋଲି କହିଛନ୍ତି। ଏହା ସହିତ ସେ ଲେଖିଛନ୍ତି, ଆମେ ଯେଉଁ ବିଚାର କରିଥିଲୁ ତାହାକୁ ସମ୍ପୂର୍ଣ୍ଣ କରିବା ପରେ ସଂସ୍ଥାକୁ ବନ୍ଦ କରିବାର ଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories