www.samajalive.in
Sunday, December 14, 2025
23.1 C
Bhubaneswar

ଆସନ୍ତାକାଲି ଗୁଜରାଟରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ

ଗାନ୍ଧୀନଗର : ଆସନ୍ତାକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୁଜରାଟ ମେହସାଣା ଜିଲାର ଐତିହାସିକ ସହର ବଡ଼ନଗରରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ଶାହ ପ୍ରତ୍ନତାତ୍ତ୍ୱିକ ଅନୁଭବ ସଂଗ୍ରହାଳୟ, ଅତ୍ୟାଧୁନିକ କ୍ରୀଡ଼ା କମ୍ପ୍ଲେକ୍ସ ସମେତ ପର୍ଯ୍ୟଟକଙ୍କ ପାଇଁ ଏକାଧିକ ପ୍ରକଳ୍ପ ଉଦ୍‌ଘାଟନ କରିବେ। ବଡ଼ନଗରର ୨୫୦୦ ବର୍ଷର ସମୃଦ୍ଧ ଇତିହାସ ରହିଛି। ଏଠାରେ ସାତଟି ରାଜବଂଶ ଶାସନ କରିଥିଲେ। ବଡ଼ନଗରର ପର୍ଯ୍ୟଟନ ସମ୍ଭାବନାକୁ ଚିହ୍ନଟ କରି ଗୁଜୁରାଟ ସରକାର ଶର୍ମିଷ୍ଠା ହ୍ରଦର ପୁନରୁଦ୍ଧାର, ତାନା-ରିରି ସଙ୍ଗୀତ ମହୋତ୍ସବ, ସ୍ପେଶାଲିଟି ହସ୍ପିଟାଲ ଆଦି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ତିନିଟି ନୂଆ ପ୍ରକଳ୍ପର ଉଦ୍‌ଘାଟନ କରିବେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ବିକଶିତ ୨୯୮ କୋଟି ବ୍ୟୟରେ ୧୨୫୦୦ ବର୍ଗ ମିଟରରେ ଚାରି ମହଲା ବିଶିଷ୍ଟ ପ୍ରତ୍ନତାତ୍ତ୍ୱିକ ଅନୁଭବ ସଂଗ୍ରହାଳୟ​‌ରେ ଖନନ ସମୟରେ ଆବିଷ୍କୃତ ୨୫୦୦ ବର୍ଷ ପୁରୁଣା ୫୦୦୦ ସାମଗ୍ରୀ ସ୍ଥାନ ପାଇଛି। ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ନୈତିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବାକୁ ୭୨ କୋଟି ବ୍ୟୟରେ ନିର୍ମିତ ପ୍ରକଳ୍ପ ‘ପ୍ରେରଣା ସଂକୁଳ’କୁ ମଧ୍ୟ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଦ୍ୱାରା ରୂପାନ୍ତରିତ ୧୮୮୮ ମସିହାରେ ପ୍ରତିଷ୍ଠିତ ତଥା ପ୍ରଧାନମନ୍ତ୍ରୀ ମୋଦୀ ପ୍ରାରମ୍ଭିକ ଶିକ୍ଷା ଲାଭ କରିଥିବା ବିଦ୍ୟାଳୟକୁ ମଧ୍ୟ ସେ ଉଦ୍‌ଘାଟନ କରିବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories