www.samajalive.in
Monday, December 15, 2025
27.1 C
Bhubaneswar

ନିୟମଗିରି ପାହାଡ଼ର ରାସ୍ତା ପାଲଟିଛି ମରଣଯନ୍ତା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା, ସିଙ୍ଗାରି ଓ ପାର୍ଶାଲି ପଞ୍ଚାୟତର ନିୟମଗିରି ପାହାଡ଼କୁ କରାଯାଇଥିବା ରାସ୍ତା ମରଣଯନ୍ତା ପାଲଟିଛି। କଲ୍ୟାଣସିଂହପୁରଠାରୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି। ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଛକ ବା ମୁଖ୍ୟ ରାସ୍ତାଠାରୁ ସିଙ୍ଗାରି ପଞ୍ଚାୟତର ନାରିଙ୍ଗିତୋଳା ଦେଇ ପାର୍ଶାଲି ପଞ୍ଚାୟତର ବୁଡୁଣୀଠାରୁ ନିୟମଗିରି ପାହାଡକୁ ମଧ୍ୟ(ଆରଡ଼) ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତାଟି ୯ କୋଟି ୬୮ ଲକ୍ଷ ବ୍ୟୟ ଅଟକଳରେ ୨୬-୪-୨୦୧୭ ମସିହାରେ ଆରମ୍ଭ ହୋଇ ୨୫-୪-୨୦୧୮ରେ ରାସ୍ତା କାର୍ଯ୍ୟ ଶେଷ ହୋଇଛି। ଏହାର ୫ବର୍ଷ ପରେ ୨୪-୪-୨୦୨୩ ତାରିଖରେ ୪୧.୩୩ ଲକ୍ଷ ବ୍ୟୟ ଅଟକଳରେ ରକ୍ଷଣାବେକ୍ଷଣ କରିବା ନେଇ ସୂଚନା ଫଳକରେ ଉଲ୍ଲେଖ କରିଥିଲେସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କରାଯାଇନାହିଁ। ଏହି ରାସ୍ତାରେ ଭାରୀଯାନ ନ ଯାଉଣୁ ରାସ୍ତା କେଉଁଠି ଦବି ଯାଇଛି ତ ଆଉ କେଉଁଠି ରଡ୍‌, ବଜୁରୀ, ମେଟାଲ ବାହାରି ପଡ଼ିଛି। ଏହି ରାସ୍ତାରେ ନିୟମଗିରି ଡଙ୍ଗରିଆ ଓ ଅନୁସୂଚିତ ଜନଜାତି ଓ ଜାତି ଲୋକମାନେ ବାଇକରେ ଯାଇ ପଡ଼ି ଖଣ୍ଡିଆ ଖାବରା ହେଉଥିବା କହିଛନ୍ତି। ଆଉ କେତେ ଲୋକ ନିଜେ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁ ମୁଖରୁ ବଞ୍ଚିଥିବା ସରପଞ୍ଚ ବାମ କହିଛନ୍ତି। ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ମରାମତି କରିବା ପାଇଁ ନିୟମଗିରିବାସୀ ଦାବି କରିଛନ୍ତି।

ସେହିପରି ଏହି ରାସ୍ତାରେ ଗୁଣ୍ଡୁରୀଗୁଡା କଲ୍ୟାଣୀ ପୋଲଠାରୁ କଅଁରଗୁଡା ଦେଇ ନରିଙ୍ଗିତୋଳା ଗ୍ରାମକୁ ସଂଯୋଗ କରୁଥିବା ୪.୫୦୦ କିମି ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇପଡ଼ିଛି। ୨କୋଟି ୧୮ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ରାସ୍ତା ୨୯-୧୨-୨୦୧୭ରେ ଆରମ୍ଭ ହୋଇ ୨୮-୯-୨୦୧୮ରେ ଶେଷ ହୋଇଥିଲା। ୫ବର୍ଷ ପରେ ରାସ୍ତାର ରକ୍ଷଣାବେକ୍ଷଣ କରିବା ପାଇଁ ସୂଚନାଫଳକରେ ଉଲ୍ଲେଖ କରିଛନ୍ତି, କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କରାଯାଉ ନଥିବା ଅଭିଯୋଗ ହୋଇଛି। ଏଥିପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ରାସ୍ତାର ରକ୍ଷଣାବେକ୍ଷଣ କରିବା ପାଇଁ ଡଙ୍ଗରିଆ କନ୍ଧମାନେ ଦାବି କରିଛନ୍ତି। ନିୟମଗିରି ପାହାଡରେ ବସବାସ କରୁଥିବା ଆଦିମ ବିରଳ ଡଙ୍ଗରିଆ କନ୍ଧଙ୍କ ବିକାଶ ଓ ସେମାନଙ୍କୁ ମୁଖ୍ୟ ଶ୍ରୋତକୁ ଆଣିବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଥିବାବେଳେ ଅନ୍ୟପଟେ ଜିଲା ପ୍ରଶାସନ, ଅଧିକାରୀ ଓ ଠିକାଦାରମାନେ ମାଓବାଦୀ ଅଞ୍ଚଳ କହି ସରକାରଙ୍କ ଆଖିରେ ଧୂଳି ଦେଇ ନିମ୍ନମାନର କାର୍ଯ୍ୟ କରି କୋଟିକୋଟି ଟଙ୍କା ଆତ୍ମସାତ କରିଆସୁଛନ୍ତି।

- Advertisement -

ବିଭିନ୍ନ ଗାଁଗୁଡିକୁ ସରକାରଙ୍କ ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଥିଲେ ମଧ୍ୟ ଏଭଳି ନିମ୍ନମାନର କାର୍ଯ୍ୟ ଓ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁଁ ଅଳ୍ପ ଦିନରେ ରାସ୍ତା ନଷ୍ଟ ହୋଇଯାଉଛି। ଏଥିପ୍ରତି ସରକାର ଦୃଷ୍ଟିଦେଇ ଏହାର ସଠିକ ତାଦାରଖ କଲେ ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରମେଶ ନାଇକଙ୍କୁ ପଚାରିବାରୁ ସେ କହିଛନ୍ତି ସରକାରଙ୍କୁ ଜଣାଇଛୁ ଅର୍ଥ ଆସିଲେ କାର୍ଯ୍ୟ କରାଯିବ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories