www.samajalive.in
Monday, December 8, 2025
24.1 C
Bhubaneswar

ମହୋଦଧିରେ ପାପ ଧୋଇଲେ ବରଗଡ଼ କଂସ

ପୁରୀ : ବରଗଡ଼ରେ ଧନୁଯାତ୍ରା ଶେଷ ହେବା ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ବର ପ୍ରଧାନ ମଙ୍ଗଳବାର ପୁରୀ ଆସି ମହୋଦଧିରେ ପାପ ଧୋଇଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଅଭିନୟ ସମୟରେ ପ୍ରଭୁଙ୍କ ପ୍ରତି ଅନେକ କଟୁ ଭାଷା ପ୍ରୟୋଗ କରିଥିବାରୁ କ୍ଷମା ମାଗିଥିବା ଶ୍ରୀ ପ୍ରଧାନ କହିଛନ୍ତି। ପୁରୀରେ ପହଞ୍ଚିବା ପରେ ସେ ଗୋବର୍ଦ୍ଧନ ପୀଠକୁ ଯାଇଥିଲେ। ଏହାପରେ ମହୋଦଧିରେ ବୁଡ଼ ପକାଇବା ସହ ସୂର୍ଯ୍ୟଙ୍କୁ ଜଳଦାନ କରିଥିଲେ। ସମୁଦ୍ରରେ ପଇତା ବିସର୍ଜନ କରିଥିଲେ। ଶ୍ରୀଜୀଉଙ୍କୁ ଦର୍ଶନ କରି ଶ୍ରୀ ପ୍ରଧାନ ବରଗଡ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ରାଜ୍ୟ ସରକାର ଧନୁଯାତ୍ରା ଅନୁଦାନ ଦେଢ଼ କୋଟି ଟଙ୍କାକୁ ବୃଦ୍ଧି କରିବା ସହ ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାଛଡା ଧନୁଯାତ୍ରାର କିଛି ସଂଳାପ କହି ଲୋକଙ୍କ ମନୋରଞ୍ଜନ କରିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories