www.samajalive.in
Monday, December 15, 2025
27.1 C
Bhubaneswar

ଧବଳେଶ୍ଵରଙ୍କ ମକର ଉତ୍ସବ, ପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଗୁରୁଡ଼ିଝାଟିଆ: ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱରଙ୍କ ମକର ଉତ୍ସଵ ଅନୁଷ୍ଟିତ ହୋଇଛି। ପ୍ରଭୁଙ୍କୁ ଦର୍ଶନ ଓ ଚଳନ୍ତି ପ୍ରତିମା ବେଢ଼ା ପରିକ୍ରମଣ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଆଜି ଦିନ ତମାମ ଶ୍ରଦ୍ଧାଳୁ ଧାଡ଼ିରେ ଆସି ଦର୍ଶନ କରିଥିଲେ। ଭୋର୍ ୪.୩୦ରୁ ମନ୍ଦିରର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ପ୍ରଭୁଙ୍କ ସ୍ନାନ ଓ ରୀତିନୀତି ସମ୍ପନ୍ନ ହେବ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କାରାଯାଇଥିଲା।ନୀତିପାଳିଆ ପ୍ରକାଶ ପତ୍ରୀ ପ୍ରଭୁଙ୍କ ସମସ୍ତ ନୀତି ଦେବୋତ୍ତର ତତ୍ତ୍ୱାବଧାରକ ଭବାନୀ ଶଙ୍କର ପଣ୍ଡାଙ୍କ ଉପସ୍ଥିତିରେ ସମ୍ପନ୍ନ କରିଥିଲେ। ପୁବାର୍ହ୍ନ ୧୦ ଟାରେ ସିକୁଡ଼ି ଭୋଗ କରାଯାଇଥିଲା। ପ୍ରଭୁଙ୍କ ଚଳନ୍ତି ପ୍ରତିମାକୁ ବିମାନରେ ବେଢ଼ା ପରିକ୍ରମଣ କରାଯାଇଥିଲା। ଶହ ଶହ ଶ୍ରଦ୍ଧାଳୁ ପ୍ରଭୁଙ୍କ ବେଢ଼ା ପରିକ୍ରମଣ ଦେଖିବା ସହ ମକର ଭୋଗ ଓ ତେଲୁଆ ଭୋଗ ପାଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ଗୁରୁଡ଼ିଝାଟିଆ ପୁଲିସ ମୁତୟନ ହୋଇଥିଲେ।

ମହାଳପଡା ଗାଁର ଆରାଧ୍ୟ ଦେବୀ ମା ପାନ୍ଥେଇ ଠାକୁରାଣୀଙ୍କ ବିଜେ ସ୍ଥଳୀରେ ମକର ଉତ୍ସବ ପାଇଁ ବିଶ୍ବଶାନ୍ତି ଯଜ୍ଞ ଅନୁଷ୍ଠିତ ହୋଇଛି। ଗାଁର ଶ୍ରଦ୍ଧାଳୁମାନେ ମହାନଦୀରୁ ଯଜ୍ଞ ପାଇଁ କଳସ ଆଣି ଘଟ ସ୍ଥାପନ କରିଥିଲେ। ମାଙ୍କ ପୀଠରେ ପୂଜା ପାଇଁ ୧୦ ପଞ୍ଚାୟତର ଶ୍ରଦ୍ଧାଳୁମାନେ ସମବେତ ହୋଇଥିଲେ। ଗାଁ ମୂରବୀ ଓ ଯୁବକଙ୍କ ଉପସ୍ଥିତିରେ ଜାଜ୍ଞିକ ବ୍ରାହ୍ମଣ ଯଜ୍ଞ କାର୍ଯ୍ୟ ସମାପନ କରିଥିବାବେଳେ ତୁଷାର ରଞ୍ଜନ ସାହୁ ଓ ଅଭିପସା ସାହୁ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ।

- Advertisement -

ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଗୁରୁଡ଼ିଝାଟିଆ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆଜି ମକର ପୂଜା ଉତ୍ସବ ଅନୁଷ୍ଠିତ ହୋଇଛି। ମଞ୍ଚେଶ୍ଵର ପଞ୍ଚାୟତର ବ୍ରହ୍ମଣବସ୍ତ ଗାଁର ଆରାଧ୍ୟ ଦେବୀ ମା ବରଦେଇ ପୀଠରେ ମକର ଉତ୍ସବ ଅନୁଷ୍ଠିତ ହୋଇଛି। ଶହ ଶହ ଶ୍ରଦ୍ଧାଳୁ ମାଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ମାଙ୍କ ପୀଠରେ ଏହି ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ଲିଙ୍ଗାପଦା ଗାଁର ଲିଙ୍ଗେଇ ଠାକୁରାଣୀ ପୀଠ ଓ ଗୋବରାର ଭଅଁରା ଠାକୁରାଣୀଙ୍କ ପୀଠରେ ମଧ୍ୟ ମକର ଉତ୍ସବ ପାଳିତ ହୋଇଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories