www.samajalive.in
Friday, December 12, 2025
14.1 C
Bhubaneswar

‘ଧୁମ୍‌ ୪’ ପାଇଁ ପ୍ରସ୍ତୁତ ରଣବୀର

ମୁମ୍ବାଇ : ବଲିଉଡ୍‌ ସୁପରଷ୍ଟାର ରଣବୀର କପୁର ଖୁବ୍‌ ଶୀଘ୍ର ‘ଧୁମ୍‌ ୪’ରେ ନଜର ଆସିବେ । ୟଶ ରାଜ ବ୍ୟାନରର ‘ଧୁମ୍‌ ୪’ର ଫିଲ୍ମ ତାଙ୍କୁ ଅଫର୍‌ କରାଯାଇଛି ବୋଲି କୁହାଯାଉଛି। କିଛି ଦିନ ପୂର୍ବରୁ ରଣବୀର ତାଙ୍କର ଦାମୀ କାର୍‌ରେ ୟଶ ରାଜ୍‌ ଫିଲ୍କ ଅଫିସ୍‌କୁ ଆସିଥିବାର ଦେଖାଯାଇଥିଲା। ସେହି ଦିନ ଠାରୁ ସେ ‘ଧୁମ୍‌ ୪’ରେ ନଜର ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି।
ରଣବୀର ବର୍ତ୍ତମାନ ଏହି ଆକ୍ସନ ଥ୍ରୀଲର୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । ଫିଲ୍ମର ସୁଟିଂ ବିଷୟରେ ମଧ୍ୟ କିଛି ତଥ୍ୟ ସାମ୍ନାକୁ ଆସିଛି । ପ୍ରଡକ୍ସନ୍‌ ଟିମ୍‌ ଫିଲ୍ମର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରଣବୀର ୨୦୨୬ ଖରାଦିନରେ ଏହି ଫିଲ୍ମ ସୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି । ନିର୍ମାତା ଫିଲ୍ମରେ ମୁଖ୍ୟ ଭୂମିକାରେ ୨ ଜଣ ଅଭିନେତ୍ରୀଙ୍କୁ ନେବାକୁ ଚାହୁଁଛନ୍ତି ।
ବର୍ତ୍ତମାନ ରଣବୀର କପୁର ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରାମାୟଣ’ର ପ୍ରଥମ ଭାଗର ସୁଟିଂରେ ବ୍ୟସ୍ତ ଅଛନ୍ତି। ଏହି ସିନେମାରେ ଭଗବାନ ରାମଙ୍କ ଭୂମିକାରେ ରଣବୀର କପୁର ନଜର ଆସିବେ। ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଏବଂ ଲଙ୍କାପତି ରାବଣ ଭୂମିକାରେ ସାଉଥ୍‌ ସୁପରଷ୍ଟାର ୟଶ ନଜର ଆସିବେ।

ମକର ସଂକ୍ରାନ୍ତି : ସୂର୍ଯ୍ୟ କଲେ ରାଶି ପରିବର୍ତ୍ତନ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ..

ଦେଖନ୍ତୁ ଭିଡିଓ ; ରାସ୍ତାରେ ଯାଉଥିଲା ଜଙ୍ଗଲୀ ହାତୀ ,ବାରମ୍ବାର ହଇରାଣ କଲେ ଯୁବକ, ତା’ପରେ..

- Advertisement -

ବେଆଇନ ଖନନ; ସୁନା ଖଣିରେ ଖାଦ୍ୟ,ପାଣି ବିନା ୧୦୦ରୁ ଅଧିକ ମୃତ

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories