ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଲ୍ୟାମ୍ପ୍ସ ସମ୍ମୁଖରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନର ଆହ୍ୱାନ କ୍ରମେ ଦେଶବ୍ୟାପୀ ଏହି ପ୍ରତିବାଦ ଦିବସ ପାଳନ କରାଯାଉଛି। ଏହି ପ୍ରତିବାଦ ସଭାରେ ସଙ୍ଗଠନର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ କମ୍ରେଡ଼ ପ୍ରକାଶ ମଲ୍ଲିକ ଯୋଗ ଦେଇ ତାଙ୍କ ବକ୍ତବ୍ୟରେ ନିକଟରେ କେନ୍ଦ୍ର ସରକାର ଚାଷୀ ସ୍ୱାର୍ଥ ବିରୋଧୀ “ଜାତୀୟ କୃଷିପଣ୍ୟ କିଣାବିକା ଖସଡ଼ା ୨୦୨୪ କୁ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ କରିବାକୁ ଦିଆଯିବନାହିଁ। ଯେତେବେଳେ ଦେଶରେ କରୋନା ଭୟରେ ଲୋକେ ଆତଙ୍କିତ ଠିକ ସେତିକିବେଳେ କେନ୍ଦ୍ର ବିଜେପି ସରକାର ତିନୋଟି କଳା କୃଷି ଆଇନ ପର୍ଲ୍ୟାମେଣ୍ଟରେ ପାସ କରିବାଦ୍ୱାରା ଯେପରି ଲକ୍ଷ ଲକ୍ଷ ଚାଷୀ ଦିଲ୍ଲୀ ସୀମାରେ ଦୀର୍ଘ ୧୩ ମାସ ଆନ୍ଦୋଳନ କରି ୭ ଶହରୁ ଉର୍ଦ୍ଧ୍ବ ଶହୀଦ ବିନିମୟରେ ପ୍ରତ୍ୟାହାର କରାଇଥିଲେ ସେହିପରି ଜାତୀୟ କୃଷିପଣ୍ୟ ବଜାର ଖସଡ଼ାକୁ ମଧ୍ୟ କୌଣସି ଭାବେ ଲାଗୁ କରିବାକୁ ଦେବେନାହିଁ। ଶେଷରେ ସଙ୍ଗଠନର କେନ୍ଦୁଝର ଜିଲ୍ଲା ସମ୍ପାଦକ କମ୍ରେଡ଼ ବେଣୁଧର ସର୍ଦ୍ଦାର ସେହି ଖସଡ଼ାରେ ଅଗ୍ନି ସଂଯୋଗ କରିଥିଲେ।
Popular Categories



