www.samajalive.in
Sunday, December 14, 2025
23.1 C
Bhubaneswar

ବରିଷ୍ଠ ଫଟୋ ସାମ୍ବାଦିକ ସମ୍ବର୍ଦ୍ଧିତ

ସମ୍ବଲପୁର: ରାଜ୍ୟର ବରିଷ୍ଠ ତଥା ପଶ୍ଚିମ ଓଡ଼ିଶାର ପ୍ରଥମ ଫଟୋ ସାମ୍ବାଦିକ ଦେବଦତ୍ତ ପଣ୍ଡାଙ୍କୁ ରବିବାର ସମ୍ବଲପୁର ଜିଲା ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଦେବଦତ୍ତ ଛାତ୍ର ଜୀବନରୁ ଫଟୋଗ୍ରାଫୀ ପ୍ରତି ଆକର୍ଷିତ ହୋଇଥିଲେ। ଉଚ୍ଚ ଶିକ୍ଷିତ ହେବାସତ୍ତ୍ୱେ ସେ ଅନ୍ୟ ବୃତ୍ତିକୁ ନ ବାଛି ଫଟୋ ସାମ୍ବାଦିକତାକୁ ନିଜର ପେଷା ଭାବେ ଗ୍ରହଣ କରିଥିଲେ। ବିଭିନ୍ନ ଖବରକାଗଜ ତଥା ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କ ପାଇଁ ସେ ଫଟୋ ପ୍ରେରଣ କରି ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ। ଫଟୋ ସାମ୍ବାଦିକ ଭାବରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ସମ୍ବଲପୁର ଜିଲା ସାମ୍ବାଦିକ ସଂଘର ସଭାପତି ସୁବାଷ ପାଣିଗ୍ରାହୀ କହିଛନ୍ତି। ସଂଘର ଏକ ପ୍ରତିନିଧି ଦଳ ଦେବଦତ୍ତ ପଣ୍ଡାଙ୍କ ଫାଟକସ୍ଥିତ ବାସଭବନକୁ ଯାଇ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ତାଙ୍କୁ ଉପଢୌକନ ପୁଷ୍ପଗୁଚ୍ଛ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଦେବଦତ୍ତ ପଣ୍ଡା ସମ୍ବଲପୁର ଜିଲା ସାମ୍ବାଦିକ ସଂଘକୁ କୃତଜ୍ଞତା ଜଣାଇବାସହ ତାଙ୍କ ସମୟର ଅଭିଜ୍ଞତା ବଖାଣିଥିଲେ। ସେ ସମୟରେ ଜଣେ ଫଟୋ ସାମ୍ବାଦିକ ହେବା ବଡ ଗୌରବର ବିଷୟ ରହିଥିଲା ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ସଂଘର ସାଧାରଣ ସମ୍ପାଦକ ଶଙ୍କର ବେହେରା, ବରିଷ୍ଠ ଖବରଦାତା ଶିବଶଙ୍କର ନନ୍ଦ, ପ୍ରୀୟ ରଞ୍ଜନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories